ଜିଦ୍‌ରେ ଅଟଳ ଆଇନଜୀବୀ : ଆଜି ବସିବ ବୈଠକ

0

କଟକ : ଦଶହରା ଅବକାଶ ପରେ ଆଜି ହାଇକୋର୍ଟ ଖୋଲି ଥିବା ବେଳେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ପୂର୍ବ ଭଳି ଅଚଳାବସ୍ଥା ଲାଗି ରହିଛି। ଅଭିଯୁକ୍ତଙ୍କ ଗିରଫଦାରୀ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଜିଦ୍‌ରେ ଆଇନଜୀବୀମାନେ ଅଟଳ ରହିଛନ୍ତି। ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ ଆନ୍ଦୋଳନକୁ ଆଉ ତିନି ଦିନ ପରେ ଦୁଇ ମାସ ପୂରିବ। ଆଇନଜୀବବୀଙ୍କ କୋର୍ଟ ବର୍ଜନ ଯୋଗୁ ହାଇକୋର୍ଟ, କ୍ୟାଟ୍, ସ୍ୟାଟ୍, ଡିଆରଟି, ବିଭିନ୍ନ ଜିଲ୍ଲାର ଜିଲ୍ଲା ଅଦାଲତ ସହିତ ନିମ୍ନ ଅଦାଲତରେ ଅଚଳାବସ୍ଥା ଲାଗି ରହିଛି। ଆଇନଜୀବୀମାନେ ସ୍ବାଭିମାନ ପାଇଁ ଲଢେଇ କରୁଥିବା କହୁଥିବା ବେଳେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅକ୍ଟୋବର ୨୬ ତାରିଖ ଦିନ ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ଓ ଆକ୍ସନ କମିଟି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

ସମ୍ବନ୍ଧିତ ଖବର