ଏମ୍‌ଏସ୍‌ସି ପ୍ରାୟୋଗିକ ଭୂ‌ତତ୍ତ୍ବ ପାଠ୍ୟକ୍ରମରେ ନାମଲେଖା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଜାତୀୟସ୍ତରର ବୈଷୟିକ ଶିକ୍ଷା ଅନୁଷ୍ଠାନରେ ନାମଲେଖା ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଆବେଦନକାରୀଙ୍କୁ ଏମ୍‌.ଏସ୍‌ସି.(ପ୍ରାୟୋଗିକ ଭୂ‌ତତ୍ତ୍ବ) ପାଠ୍ୟକ୍ରମରେ ନାମଲେଖା ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ‌ ଶିବପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟରିଂ ସାଇନ୍ସ ଆଣ୍ଡ ଟେ‌କ୍‌ନୋଲୋଜିରେ ଆବେଦନକାରୀଙ୍କ ନାମଲେଖା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୩୦ରେ ଏହି ବୈଷୟିକ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକଙ୍କ ନିକଟରେ ଆବେଦନକାରୀ ହାଜର ହୋଇ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାର ସାର୍ଟିଫାଏଡ୍ କପି ସହିତ ନାମଲେଖା ଦରଖାସ୍ତ ଦାଖଲ କରିବେ। ଏଥି ସହିତ ଆବେଦନକାରୀଙ୍କ ନାମ ଲେଖାର ଭବିଷ୍ୟତ ହାଇକୋର୍ଟରେ ବିଚାରାଧୀନ ମୂଳ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି ପ୍ରକାଶିତ ଅନ୍ତରୀଣ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୌରବ ପତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଗମ୍ବର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର