ବଗଲା ଜମି ବିବାଦ; ପୁରୀ ଜିଲ୍ଲାପାଳଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର/ପୁରୀ: ପୁଣି ରାଜ୍ୟ ରାଜନୀତିକୁ ସରଗରମ କଲା ବଗଲା ଜମି ବିବାଦ । ପୁରୀ ଜିଲ୍ଲାପାଳଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଧର୍ମଶାଳା ବିକ୍ରି କରିଛି କି ନାହିଁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି। ଯଦି ଧର୍ମଶାଳା ବିକ୍ରି ହୋଇନାହିଁ ତାହା ବି ସତ୍ୟପାଠରେ ଉଲ୍ଲେଖ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାକୁ ନେଇ ଏବେ ପୁରୀ ଜିଲ୍ଲା ପ୍ରଶାସନ ଓ ସରକାର ଅଡୁଆରେ ପଡ଼ିଛନ୍ତି। ଅନ୍ୟପଟେ କିଛିଦିନ ତଳେ ବଗଲା ଧର୍ମଶାଳା ଜମିକୁ  ବେଆଇନ ଭାବେ ବିକ୍ରି କରିଥିବା ଅଭିଯୋଗ କରି ସମସ୍ତ ବିରୋଧୀ ଦଳ ପୁରୀଠାରୁ ରାଜଧାନୀ ଯାଏ ହୋ ହାଲ୍ଲା କରୁଥିଲେ । ହେଲେ ଏ ନେଇ ପୁରୀ ଜିଲ୍ଲାପାଳ ଗଣମାଧ୍ୟମ ବିବୃତି ରଖିଥିଲେ ମାତ୍ର ସେ ଦେଇଥିବା ସ୍ପଷ୍ଟୋକ୍ତି ବିଭ୍ରାନ୍ତିକର ଥିଲା ।

ଏହାକୁ ନେଇ ହାଇକୋର୍ଟରେ ଯେଉଁ ଯାଚିକା ଦାୟର ହୋଇଥିଲା ତାହାର ପ୍ରଥମ ଶୁଣାଣି ଆଜି ହୋଇଛି । ଏ  ନେଇ କୋର୍ଟ ପୁରୀ ଜିଲ୍ଲାପାଳଙ୍କୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି । ଏହି ମାମଲାର ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି କୋର୍ଟ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି ।

ସମ୍ବନ୍ଧିତ ଖବର