ଦୁଇ ମାସ ଭିତରେ ଶିକ୍ଷକଙ୍କୁ ବକେୟା ଦରମା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟକୁ ବିଚାରକୁ ନେଇ ହାଇକୋର୍ଟ ଜଣେ ଦିବ୍ୟାଙ୍ଗ ଶିକ୍ଷକଙ୍କ ବକେୟା ଦରମା ଦୁଇ ମାସ ଭିତରେ ପ୍ରଦାନ କରିବାକୁ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ନିଜ ଦାୟିତ୍ବ ନିର୍ବାହ କରିଥିବା ବେଳେ ତାଙ୍କ ଦରମା ପ୍ରଦାନ କରାନ ଯିବା ପ୍ରସଂଗରେ କିଛି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ୨୦୧୭ ଜୁଲାଇରୁ ୨୦୧୮ ମାର୍ଚ୍ଚ ଅବଧି ପାଇଁ ଆବେଦନକାରୀଙ୍କୁ ଦରମା ପ୍ରଦାନ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ପି. ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଚାନ୍ଦବାଲି ଉର୍ଦ୍ଦୁ ପ୍ରାଥମିକ ସ୍କୁଲର ଶିକ୍ଷକ ରାଜେନ୍ଦ୍ର କୁମାର ପଲାଇଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦୟାନିଧି ମହାନ୍ତି, ଅସିତ କୁମାର ଜେନା ଓ ‌ତ୍ରୈଲୋକ୍ୟନାଥ ଚୌଧୁରୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର