କଟକ : ହୀରାକୁଦ ଡ୍ୟାମ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଭିଜିଲାନ୍ସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ.ଭୂୟାଁଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଭିଜିଲାନ୍ସ ପକ୍ଷରୁ ଷ୍ଟାଣ୍ଡିଂ କାଉନସିଲ ସଂଗ୍ରାମ ଦାସ ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ହୀରାକୁଦ ଡ୍ୟାମର କିଛି କାମକୁ ଟେଣ୍ଡର ମାଧ୍ୟମରେ ସଂପାଦନ କରା ନ ଯାଇ ନିର୍ଦ୍ଦିଷ୍ଟ ଏକ ସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି ଭିଜିଲାନ୍ସକୁ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ତଦନ୍ତ ପରେ ଏ ନେଇ ହାଇକୋର୍ଟରେ ପକ୍ଷ ରଖିଥିଲା। ବିନା ଟେଣ୍ଡରରେ କାର୍ଯ୍ୟ ହେଉଛି ବୋଲି ଭିଜିଲାନ୍ସ ଶୁଣାଣି ସମୟରେ ଦର୍ଶାଇଥିଲା।
ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2018/06/vigi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)