କଟକ: ଓଡ଼ିଶା ସଚିବାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ କନିଷ୍ଠ ଡାଟାଏଣ୍ଟ୍ରି ଅପରେଟର(ଜେଡିଇଓ)ଙ୍କ ୨୦୨୦, ସେପ୍ଟେମ୍ବର ୨୪ର ଗ୍ରେଡେସନ୍ ତାଲିକାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ ଆବେଦନକାରୀଙ୍କୁ ପ୍ରୋଭିଜିନାଲ୍ ଗ୍ରେଡେସନ୍ ତାଲିକା ଅନୁସାରେ ବରିଷ୍ଠତା ଆଧାରରେ ମାମଲାର ପ୍ରତିପକ୍ଷ ନମ୍ବର-୩ରୁ ୧୮ ପର୍ଯ୍ୟନ୍ତ କନିଷ୍ଠ ଡିଇଓଙ୍କ ଠାରୁ ଉପରେ ସ୍ଥାନିତ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସନାତନ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ପ୍ରୋଭିଜିନାଲ୍ ଗ୍ରେଡେସନ୍ ତାଲିକାକୁ ଅଣଦେଖା କରି ତଥା ବରିଷ୍ଠତାକୁ ଉପେକ୍ଷା କରାଯାଇ କନିଷ୍ଠ ଡିଇଓଙ୍କ ଚୂଡ଼ାନ୍ତ ଗ୍ରେଡେସନ୍ ତାଲିକା ପ୍ରସ୍ତୁତ କରାଯାଇଥିବା ଅଭିଯୋଗକୁ ନେଇ ଆବେଦନକାରୀ ୨୦୨୦ରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଆବେଦନକାରୀ ୨୦୧୧ରେ କନିଷ୍ଠ ଡିଇଓ ଭାବେ ନିୟମିତ ନିଯୁକ୍ତି ପାଇଥିବା ବେଳେ ପ୍ରତିପକ୍ଷମାନେ ୨୦୧୩ରେ ଏହି ପଦରେ ଯୋଗ ଦେଇଥିଲେ। ୨୦୨୦, ଫେବ୍ରୁଆରିରେ କନିଷ୍ଠ ଡିଇଓଙ୍କ ପ୍ରୋଭିଜିନାଲ୍ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ ପ୍ରଥମ ସ୍ଥାନରେ ଆବେଦନକାରୀ ରହିଥିଲେ। କିନ୍ତୁ ୨୦୨୦, ସେପ୍ଟେମ୍ବର ୨୪ର ଚୂଡ଼ାନ୍ତ ଗ୍ରେଡେସନ୍ ତାଲିକାରେ ଆବେଦନକାରୀଙ୍କୁ ୧୭ତମ ସ୍ଥାନରେ ରଖାଯାଇଥିଲା। ଚୂଡ଼ାନ୍ତ ତାଲିକାରେ ୧୬ଜଣ କନିଷ୍ଠଙ୍କୁ ତାଙ୍କ ଉପରେ ସ୍ଥାନ ଦିଆଯିବା ବରିଷ୍ଠତାକୁ ସ୍ପଷ୍ଟ ଉପକ୍ଷୋ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବି.ଏସ୍.ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।
ସଚିବାଳୟ ଜୁନିଅର ଡାଟାଏଣ୍ଟ୍ରି ଅପରେଟରଙ୍କ ଗ୍ରେଡେସନ୍ ତାଲିକା ହାଇକୋର୍ଟରେ ରଦ୍ଦ
ଓଡ଼ିଶା ସଚିବାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ କନିଷ୍ଠ ଡାଟାଏଣ୍ଟ୍ରି ଅପରେଟର(ଜେଡିଇଓ)ଙ୍କ ୨୦୨୦, ସେପ୍ଟେମ୍ବର ୨୪ର ଗ୍ରେଡେସନ୍ ତାଲିକାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ ଆବେଦନକାରୀଙ୍କୁ ପ୍ରୋଭିଜିନାଲ୍ ଗ୍ରେଡେସନ୍ ତାଲିକା...
/sambad/media/media_files/2025/06/11/zD6Q4jpLrSAEww4Z9yqu.jpg)