କଟକ : କ୍ରୀଡା ଶିକ୍ଷକ(ପିଇଟି)ଙ୍କ ଦରମା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସୁବିଧା ପ୍ରତ୍ୟାହାର ଓ ବର୍ଦ୍ଧିତ ଗ୍ରେଡ୍ ପେ ବାବଦ ଅର୍ଥ ଅସୁଲି ପାଇଁ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ୨୦୧୮, ଜାନୁଆରି ୩୦ରେ ଜାରି କରିଥିବା ନିର୍ଦ୍ଦେଶନାମା ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ପ୍ରସଙ୍ଗରେ ୩ ସପ୍ତାହ ଭିତରେ ଡିଇଓ ସାନି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ସାନି ନିଷ୍ପତ୍ତି ଗ୍ରହଣ ପୂର୍ବରୁ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ଜଷ୍ଟିସ ଏସ୍.ଏନ୍.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ରମେଶ ଚନ୍ଦ୍ର ବିଶିଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଣଜିତ ସାମଲ ମାମଲା ପରିଚାଳନା କରୁଥିଲେ।
ବଲାଙ୍ଗୀର ଡିଇଓଙ୍କ ନିର୍ଦ୍ଦେଶନାମା ହାଇକୋର୍ଟରେ ରଦ୍ଦ
/sambad/media/post_attachments/wp-content/uploads/2018/04/hc-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)