ପୂର୍ବତନ କୃଷି ଉପନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଖାରଜ

କଟକ : କଳାହାଣ୍ଡି ରେଞ୍ଜ୍‌ ଭବାନୀପାଟଣା କୃଷି ବିଭାଗର ପୂର୍ବତନ ଉପନିର୍ଦ୍ଦେଶକ ତଥା ଆତ୍ମା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବାସୀ ସେଠୀଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଏସ୍‌.କେ.ମିଶ୍ରଙ୍କୁ ନେଇ ଗଠିତ ଆବେଦନ ଉପରେ ଜଷ୍ଟିସ ଏସ୍‌.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଆଗୁଆ ଜାମିନକୁ ଅଗ୍ରାହ୍ୟ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଷ୍ଟାଣ୍ଡିଂ କାଉନସିଲ ନିରଂଜନ ମହାରଣା ମାମଲା ପରିଚାଳନା କରୁଥିଲେ।

ଢେଙ୍କାନାଳ ଆରଟିଓ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ

କଟକ : ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) ବସନ୍ତ କୁମାର ବେହେରାଙ୍କ ପତ୍ନୀ ଡାକ୍ତର ଆରତି ମଲ୍ଲିକଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଶ୍ରୀ ବେହେରା ଗିରଫ ହେବା ପରେ ତାଙ୍କ ପତ୍ନୀ ଜଷ୍ଟିସ ଆଗୁଆ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳକୃଷ୍ଣ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର