କଟକ : ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କେତେକ ବିପଥଗାମୀ ଶିକ୍ଷକ ବିଦ୍ୟାର୍ଥୀଙ୍କ ସହିତ ଅନୁପଯୁକ୍ତ ସଂପର୍କରେ ଜଡ଼ିତ ହୋଇ ଶିକ୍ଷାଦାନ-ଜ୍ଞାନ ଅର୍ଜନ ପରମ୍ପରାର ମୂଳଦୁଆକୁ ଦୋହଲାଇ ଦେଇଛନ୍ତି ବୋଲି କହିଛନ୍ତି।
ରାଉରକେଲାର ବନ୍ଧମୁଣ୍ଡା ଥାନାରେ ଜଣେ ଯୁକ୍ତଦୁଇ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ନେଇ ଏତଲା ରୁଜୁ କରିଥିଲେ। ସେ ପୂର୍ବରୁ ପଢୁଥିବା ସ୍କୁଲକୁ ୨୦୧୯, ଡିସେମ୍ବର ୮ରେ ଯାଇଥିବା ବେଳେ ତାଙ୍କ ସହିତ ସ୍କୁଲର ଅଧ୍ୟକ୍ଷ ତଥା ସଂପାଦକ ଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ନେଇ ୨୦୨୦, ଫେବ୍ରୁଆରି ୨୪ରେ ପୀଡିତା ଏସ୍ପିଙ୍କୁ ସାକ୍ଷାତ କରି ଅବଗତ କରିଥିଲେ ଓ ଏସ୍ପିଙ୍କ ପରାମର୍ଶରେ ବନ୍ଧମୁଣ୍ଡା ଥାନାରେ ଏତଲା ରୁଜୁ କରାଯାଇଥିଲା। ସିଆରପିସିର ଧାରା ୧୬୧ରେ ପୁଲିସ ନିକଟରେ ଓ ଧାରା ୧୬୪ରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ମନୋଜ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/high-court.jpg)