କଟକ : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟରେ କାର୍ଯ୍ୟ ସଂପାଦନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ପ୍ରତି ବିକଳ୍ପ କାର୍ଯ୍ୟ ଦିବସରେ ଦାୟିତ୍ବ ବଣ୍ଟନର ଯୋଜନାବଦ୍ଧ ବ୍ୟବସ୍ଥା (ରୋଷ୍ଟର ଆରେଞ୍ଜମେଣ୍ଟ) କରାଯିବ। ଏପରି ବ୍ୟବସ୍ଥା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। କୋର୍ଟ ଓ କାର୍ଯ୍ୟାଳୟର କାର୍ଯ୍ୟ ସୁଚାରୁ ଭାବେ ହେବା ପ୍ରସଂଗ ସୁନିଶ୍ଚିତ କରି ସଂପୃକ୍ତ ସେକ୍ସନର ଅଧୀକ୍ଷକ ଡ୍ୟୁଟିରେ ଉପସ୍ଥିତ ରହିବା ପାଇଁ କର୍ମଚାରୀଙ୍କ ନାଁ ସ୍ଥିର କରିବେ। ଜରୁରୀ କାର୍ଯ୍ୟକୁ ଦୃଷ୍ଟିରେ ରଖି ଯେଉଁ କର୍ମଚାରୀମାନେ ଡ୍ୟୁଟିରେ ନଥିବେ, ସେମାନେ ସବୁବେଳେ ସେମାନଙ୍କ ମୋବାଇଲ ଫୋନ୍ ଅନ୍ ରଖିବେ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟ ଚାଲିବ
/sambad/media/post_attachments/wp-content/uploads/2020/03/high-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)