ଏପ୍ରିଲ ୫ରୁ ପୁଣି ହାଇକୋର୍ଟରେ କେବଳ ଭିଡିଓ କନଫରେନ୍ସିଂରେ ଶୁଣାଣି

କଟକ, : ଏପ୍ରିଲ ୫ ତାରିଖରୁ ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେବଳ ମାମଲା ଶୁଣାଣି ହେବ। ଆଜି ଏ ନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ କରାଯାଇଛି ଯେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ କୋଭିଡ-୧୯ ମାମଲା ସଂଖ୍ୟା ବୃଦ୍ଧି ପାଇବା ପ୍ରସଂଗକୁ ବିଚାରକୁ ନେଇ ଏପ୍ରିଲ ୫ ତାରିଖରୁ ହାଇକୋର୍ଟରେ କେବଳ ଭର୍ଚୁଆଲ୍ ମୋଡ୍/ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି କରାଯିବ। ଅନ୍ୟାଦେଶ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଶୁଣାଣି ଜାରି ରହିବ। କୋଭିଡ-୧୯ ସଂକ୍ରମଣ ରୋକିବାକୁ ହାଇକୋର୍ଟ ପରିସରକୁ କୋର୍ଟର ଅଧିକାରୀ ଓ କର୍ମଚାରୀ କେବଳ ପ୍ରବେଶ କରି ପାରିବେ। ହାଇକୋର୍ଟ ପରିସରରକୁ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ରହିବ। ନୂ୍ଆ ମାମଲା ଓ ଡକୁମେଣ୍ଟ ଦାଖଲ ଡ୍ରପ୍ ବକ୍ସ ବା ଇ-ମେଲ ବା ଇ-‌ଫାଇଲିଂ ପୋର୍ଟାଲ ମାଧ୍ୟମରେ କରାଯିବ। ବିଭିନ୍ନ ମାମଲାରେ ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ କୋର୍ଟର ୱେବସାଇଟରେ ଉପଲବ୍ଧ ହେବ। ସାର୍ଟିଫାଏଡ କପି ବଦଳରେ ୱେବସାଇଟରେ ଉପଲବ୍ଧ ରାୟ ଓ ନିର୍ଦ୍ଦେଶର କପି ୨୦୨୦, ମାର୍ଚ୍ଚ ୨୫ର ବିଜ୍ଞପ୍ତି ଅନୁସାରେ ବ୍ୟବହାର କରିହେବ।

ସମ୍ବନ୍ଧିତ ଖବର