କଟକ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କରି ଜଷ୍ଟିସ୍ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟ ଆଗାମୀ ଅଧିବେଶନରେ ବିଧାନସଭାରେ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମିସନ୍ ଅଫ୍ ଇନ୍କ୍ବାରି ଆଇନ, ୧୯୫୨ରେ ଥିବା ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିସନ୍ ରିପୋର୍ଟ ଦାଖଲ କରିଥିବା ବେଳେ ଏହା ବିଧାନସଭାରେ ଉପସ୍ଥାପନ କରାଯିବା କଥା। ଏହି ପ୍ରସଙ୍ଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଗଣତିମଣତି ପ୍ରକ୍ରିୟା ତିନି ମାସ ଭିତରେ ସଂପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନବଗଠିତ କମିଟିର ତତ୍ତ୍ବାବଧାନରେ ଏଏସ୍ଆଇ ଦ୍ବାରା ଉଭୟ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି। ତେଣୁ ସରକାର ନିଷ୍କ୍ରିୟ ହୋଇ ବସିବା କଥା ନୁହେଁ। ଏ ସମ୍ବନ୍ଧରେ ସରକାର ବ୍ୟାପକ ପ୍ରୟାସ କରିବା ଉଚିତ।
Drinking Water: ଉପକୂଳରେ କମୁଛି ଜଳସ୍ତର, ଲୋକଙ୍କୁ ଘାରିଛି ମଧୁର ଜଳ ଚିନ୍ତା
ପରବର୍ତ୍ତୀ ବିଧାନସଭା ଅଧିବେଶନରେ ଉପସ୍ଥାପନ ହେବ ତଦନ୍ତ କମିସନ୍ ରିପୋର୍ଟ
ନବଗଠିତ କମିଟି ଆନୁକୂଲ୍ୟରେ ଗଣତିମଣତି ବେଳେ ୧୯୭୮ର କମିଟି ରିପୋର୍ଟ ସହିତ ମେଳ କରାଯିବ। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ତତ୍ପରତା ଦେଖାଇବାକୁ ଆଶା କରାଯାଉଛି ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ତିନି ମାସ ପରେ ଶୁଣାଣି ସମୟରେ ସରକାର ଏହି ପ୍ରସଙ୍ଗରେ ସାନି ସ୍ଥିତି ନେଇ ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Drinking Water: ଉପକୂଳରେ କମୁଛି ଜଳସ୍ତର, ଲୋକଙ୍କୁ ଘାରିଛି ମଧୁର ଜଳ ଚିନ୍ତା
ମାମଲାର ବିବରଣୀ ମୁତାବକ ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାଶଙ୍କୁ କମିସନ୍ଙ୍କ ଅଧୢକ୍ଷ ଭାବେ ଦାୟିତ୍ବ ପ୍ରଦାନ କରିଥିଲେ। ତଦନ୍ତ ପରେ କମିସନ୍ ୨୦୧୮ ନଭେମ୍ବର ୨୯ରେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ରହସ୍ୟ ରହିଛି। କିନ୍ତୁ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରୁନାହାନ୍ତି ବୋଲି ଦର୍ଶାଇ ଆବେଦନକାରୀ ମାମଲା ଦାୟର କରିଥିଲେ। ଏଥିସହିତ ମାମଲା ବିଚାରାଧୀନ ଥିବା ବେଳେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଏସ୍ଓପି ପ୍ରସ୍ତୁତ କରାଯାଇଛି। ନିର୍ଦ୍ଧାରିତ ସମୟସୀମା ଭିତରେ ଗଣତିମଣତି ସଂପୂର୍ଣ୍ଣ କରାଯାଉ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/19/high-court22-2025-12-19-02-11-30.jpg)