ନୂଆ ପିଏଚ୍‌ସି, ସିଏଚ୍‌ସି ପ୍ରତିଷ୍ଠା ପାଇଁ ଗଠନ ହେଲା ଉଚ୍ଚ କ୍ଷମତାସଂପନ୍ନ କମିଟି

ଭୁବନେଶ୍ବର : ରାଜ୍ୟରେ ନୂଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ‌ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପ୍ରତିଷ୍ଠା ସଂପର୍କିତ ପ୍ରସ୍ତାବର ଯାଞ୍ଚ ପାଇଁ ରାଜ୍ୟ ସରକାର ଏକ ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠନ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି।

କମିଟିରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ/ଯୁଗ୍ମ ସଚିବ(ଯୋଜନା) ଆବାହକ ରହିଛନ୍ତି। ଏହାସହ ଡିଏମ୍‌ଇଟି, ସ୍ବାସ୍ଥ୍ୟସେବା ନିର୍ଦେଶକ, ବିଭାଗର ଅଥନୈତିକ ଉପଦେଷ୍ଟା, ସ୍ବତନ୍ତ୍ର ସଚିବ(ଏମ୍‌ଏମ୍‌/ପିଏଚ୍‌), ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶକ, ଅର୍ଥ ଓ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ କମିଟିର ସଦସ୍ୟ ରହିଛନ୍ତି। ଏହି କମିଟି ରାଜ୍ୟର କେଉଁଠାରେ ନୂଆ ପିଏଚ୍‌ସି, ସିଏଚ୍‌ସି, ପିଏଚ୍‌ସିରୁ ସିଏଚ୍‌ସିକୁ ରୂପାନ୍ତୀକରଣ ସହିତ ଭୌଗଳିକ ସ୍ଥିତି, ଉପଲବ୍ଧ ମାନବ ସମ୍ବଳ ଓ ବ୍ୟୟ ଅଟକଳର ଯାଞ୍ଚ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର