ଭୁବନେଶ୍ବର : ସାପ କାମୁଡ଼ାରୁ ବର୍ତ୍ତିବା ପାଇଁ ସଚେତନତା ସୃଷ୍ଟି ସହ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏକ ୬ ଜଣିଆ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ଏମ୍‌ସ୍‌ ନିର୍ଦ୍ଦେଶକ, ଏସସିବି ପ୍ରତିନିଧି, ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବୈଜ୍ଞାନିକ, ବିଶ୍ୱବ୍ୟାଙ୍କ ପ୍ରତିନିଧି, ସ୍ନେକ ହେଲ୍ପ ଲାଇନ୍ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ସାମିଲ ହୋଇଛନ୍ତି।

Advertisment

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା ମୁତାବକ, ସାପ କାମୁଡ଼ାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୦ ପ୍ରତିଶତଙ୍କର ଭୟରେ ମୃତ୍ୟୁ ହେଉଛି। ଏଣୁ ଏ ବାବଦରେ ସଚେତନତା ଆବଶ୍ୟକତା ରହିଛି। ଏହାଛଡ଼ା ପ୍ରତ୍ୟେକ ଡାକ୍ତରଖାନାରେ ଯଥେଷ୍ଟ ପରିମାଣର ସାପ କାମୁଡ଼ା ଇଞ୍ଜେକସନ୍‌ ଉପଲବ୍ଧ କରାଇବା ଉପରେ ଗୁରୁତ୍ବ ଦିଆଯାଉଛି।