ପୁଲିସ୍‌ ମୁଖ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ : ଭିଭିଆଇପିଙ୍କ ସୁରକ୍ଷା ଚିନ୍ତା

କଟକ : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ଶେଷ ହୋଇଥିବାରୁ ଏବେ ରାଜ୍ୟରେ ଭିଭିଆଇପିଙ୍କ ସୁରକ୍ଷାକୁ ନେଇ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ହେଭି େଵଟ୍‌ ନେତାମାନେ ଓଡ଼ିଶାକୁ ପ୍ରଚାର ପାଇଁ ଆସିବେ। ଏପରିକି ଏନ୍‌ଏସ୍‌ଜି ଓ ଏସ୍‌ପିଜି ସୁରକ୍ଷା ବଳୟ ମଧ୍ୟରେ ରହୁଥିବା କିଛି ରାଜନେତା ମଧ୍ୟ ଓଡ଼ିଶାକୁ ଆସିପାରନ୍ତି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ ପୁଲିସ୍‌ ମୁଖ୍ୟାଳୟରେ ଡିଜି ଡ଼ାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଗୁଇନ୍ଦା ସ୍ବତନ୍ତ୍ର ନିର୍ଦ୍ଦେଶକ ଅଶୋକ ବର୍ମା, ଏସ୍‌ପିଜି ଆଇଜି ଵାଇକେ ଜେଠଵା, ଗୁଇନ୍ଦା ଓ ଏସ୍‌ପିଜି ବରିଷ୍ଠ ଅଧିକାରୀଙ୍କ ସହିତ ବରିଷ୍ଠ ପୁଲିସ୍‌ ଅଧିକାରୀ, କମିସନର, ରେଞ୍ଜ ଆଇଜି ଓ ବିଭିନ୍ନ ଜିଲ୍ଲାର ଏସ୍‌ପିମାନେ ଏହି ବୈଠକରେ ସାମିଲ ହୋଇଥିଲେ। ନିର୍ବାଚନ ପୂର୍ବରୁ ଭିଭିଆଇପିଙ୍କ ପ୍ରତି ବିପଦର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତି କରାଯାଇଥିଲା। ତେଣୁ ଏହି ସମୟରେ ଯେପରି ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ଯୋଗାଇ ଦିଆଯିବ ତାହା ଉପରେ ଡିଜି ଗୁରୁତ୍ବ ଦେଇଥିଲେ। ଗୁଇନ୍ଦା ଓ ଏନ୍‌ଏସ୍‌ଜି ଅଧିକାରୀମାନେ ଭିଭିଆଇପିଙ୍କ ଆଗମନ ବେଳେ କେଉଁ ସୁରକ୍ଷା ଜନିତ ପଦକ୍ଷେପ ନିଆଯିବ ତାହା ଉପରେ ପରାମର୍ଶ ଦେଇଥିଲେ।

ବିଭିନ୍ନ ପ୍ରକାରର ଭିଭିଆଇପିଙ୍କ ପାଇଁ ଭିନ୍ନଭିନ୍ନ ପ୍ରକାରର ସୁରକ୍ଷା ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପୁଲିସ୍‌ର ‘ବ୍ଲୁ ବୁକ୍‌’ ଅନୁଯାୟୀ ସୁରକ୍ଷା ପ୍ରଣାଳୀ ରହିବ। ସ˚ପୃକ୍ତ ଜିଲ୍ଲାର ଏସ୍‌ପି ମାନେ ଏସ୍‌ପିଜି ଅଧିକାରୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିବେ। ଏଥିସହିତ ସ୍ଥାନୀୟ ଆୟୋଜକମାନଙ୍କ ସହ ମଧ୍ୟ ଏସ୍‌ପିମାନେ ସ˚ପର୍କରେ ରହିବେ। ସୁରକ୍ଷା ଜନିତ ଦିଗକୁ ଅନୁଧ୍ୟାନ କରି ସମାବେଶ ସ୍ଥଳ ନିର୍ଧାରଣ କରାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବ। ସଭାସ୍ଥଳଠୁ ଏକ ସୁରକ୍ଷିତ ଦୂରତାରେ ପାର୍କି˚ ସ୍ଥଳ ରହିବ। ମଞ୍ଚ ଉପରେ ପର୍ଯ୍ୟାପ୍ତ ପରିମାଣର ଆଲୋକ ବ୍ୟବସ୍ଥା କରାଯିବ। ସଭାରେ ଭିଭିଆଇପିଙ୍କ ଉପସ୍ଥିତି ବେଳେ କେବଳ ବଛାବଛା ଲୋକଙ୍କୁ ମଞ୍ଚ ଉପରକୁ ଯିବା ପାଇଁ ଅନୁମତି ଦିଆଯିବ। ସମାବେଶ ବେଳେ କୌଣସି ଅଗ୍ନିକାଣ୍ତ କିମ୍ବା ଗଣ୍ତଗୋଳକୁ ଏଡ଼ାଇବା ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ଅଗ୍ନି ନିର୍ବାପକ ଯନ୍ତ୍ରଗୁଡ଼ିକ ପର୍ଯ୍ୟାପ୍ତ ମାତ୍ରାରେ ବିଭିନ୍ନ ସ୍ଥାନରେ ରଖାଯିବ। ସଭାସ୍ଥଳକୁ ଆସୁଥିବା ଲୋକମାନଙ୍କୁ ମଧ୍ୟ ଭଲଭାବେ ଯାଞ୍ଚ କରାଯିବ। ମଞ୍ଚ, ହେଲିପ୍ୟାଡ ଓ ବ୍ୟାରିକେଡ୍‌ ପ୍ରସ୍ତୁତିରେ ଲାଗିଥିବା ଜିଇଡି, ଅଗ୍ନିଶମ ବିଭାଗ, ପୂର୍ତ୍ତ ବିଭାଗ, ଅନ୍ୟାନ୍ୟ ବିଭାଗମାନଙ୍କଠୁ ସଠିକ୍‌ କ୍ଲିଅରାନ୍ସ ଅଣାଯିବ। ରୋଡ୍‌ ସୋ’ ବେଳେ ମଧ୍ୟ ସ୍ବତନ୍ତ୍ର ସୁରକ୍ଷା ଆୟୋଜନ କରାଯିବ। କେ-୯ ସ୍କ୍ବାଡ, ବୋମା ସନ୍ଧାନକାରୀ ଦଳ, ସିସିଟିଭି ଏବ˚ ସୁରକ୍ଷା ବ୍ୟବସ୍ଥାରେ ଆବଶ୍ୟକ ଥିବା ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ଗୁଡ଼ିକୁ ପ୍ରସ୍ତୁତ ରଖାଯିବ। ରୋଡ୍‌ ସୋ’ ବେଳେ ଏସ୍‌ଓପିକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଡ୍ୟୁଟିରେ ରହୁଥିବା ଅଫିସରମାନଙ୍କୁ ଡ୍ୟୁଟି ପାସ୍‌ ଦିଆଯିବ। ସୁରକ୍ଷିତ ହେଲିପ୍ୟାଡ୍‌ ନିର୍ମାଣ, ହେଲିକପ୍ଟର ଚାଳକମାନେ ଯେପରି ରେଡିଓ ଯୋଗାଯୋଗ ଓ ନାଭିଗେସନ୍‌ ସାମଗ୍ରୀ ବ୍ୟବହାର କରିବେ ତାହାକୁ ଧ୍ୟାନ ଦିଆଯିବ। ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ଏଥିପାଇଁ ଆପାତକାଳୀନ ଯୋଜନା ପ୍ରସ୍ତୁତ କରାଯିବ ବୋଲି ପରାମର୍ଶ ଦିଅଯାଇଛି। ଏଭଳି ପରିସ୍ଥିତିରେ ସମସ୍ତ ସୁରକ୍ଷା କର୍ମଚାରୀମାନେ ନିଷ୍ଠାର ସହ କର୍ତ୍ତବ୍ୟ ନିର୍ବାହ କରିବେ ବୋଲି ଡିଜି ଡାକ୍ତର ର୍ଶମା ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର