ଭୁବନେଶ୍ବର: ହାଇ ଲାଇଫ୍ ଏକ୍ଜିବିସନ ସଂସ୍ଥା ପ୍ରଥମ ଥର ପାଇଁ ଭୁବନେଶ୍ବରକୁ ଆସୁଛି। ହୋଟେଲ ମେ ଫେୟାର ପରିସରରେ ସଂସ୍ଥା ପକ୍ଷରୁ ଆସନ୍ତା ୯ ତାରିଖରୁ ଦୁଇ ଦିନିଆ ଫ୍ୟାସନ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଦେଶର ଖ୍ୟାତିସଂପନ୍ନ ପ୍ରଦର୍ଶନକାରୀ ଏବଂ ଡିଜାଇନରମାନେ ସେମାନଙ୍କ ସାମଗ୍ରୀ ଏଠାରେ ପ୍ରଦର୍ଶିତ କରିବେ।
ବ୍ରାଇଡାଲ ୱିୟର ଠାରୁ ଆରମ୍ଭ କରି ଡିଜାଇନର ପୋଷାକ, ଗହଣା, ଫ୍ୟାସନ ଆସେସୋରିଜ୍, ହୋମ ଆସେସୋରିଜ୍, କଳାକୃତି ଭଳି ଅନେକ ଲାଇଫଷ୍ଟାଇଲ୍ ଏବଂ ଫ୍ୟାସନ ସାମଗ୍ରୀ ଏଠାରେ ଉପଲବ୍ଧ ହେବ। ଭୁବନେଶ୍ବର ଓ ଓଡ଼ିଶାର ଲୋକମାନେ ସେମାନଙ୍କ ପ୍ରିୟ ସାମଗ୍ରୀ ଏଠାରେ ଦେଖିବା ସହିତ କିଣିବାର ସୁଯୋଗ ପାଇବେ। ଭୁବନେଶ୍ବରରେ ଏହା ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ଏହା ଉନ୍ନତ ସ୍ତରକୁ ନେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।