ଭୁବନେଶ୍ୱର: ଇଞ୍ଜିନିୟରିଙ୍ଗ୍‌ ଓ ମେଡିକାଲ୍‌ ପାଠ୍ୟକ୍ରମରେ ଅଧ୍ୟୟନ ନିମନ୍ତେ ସରକାରୀ ହାଇସ୍କୁଲ୍‌ରେ ପଢୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଆସନ ସଂରକ୍ଷଣ ପ୍ରସଙ୍ଗରେ ୨୦୨୦ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ସଂକ୍ରାନ୍ତରେ ଆବଶ୍ୟକ ସୁପାରିସ ନିମନ୍ତେ ଓଡ଼ିଶା ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିଛନ୍ତି।

Advertisment

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏ.କେ. ମିଶ୍ର ଏହି କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ହେବେ।
୧୯୫୮ ମସିହାରେ ଯାଜପୁରରେ ଜନ୍ମିତ ଜଷ୍ଟିସ୍‌ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ କଟକସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲ୍‌ଲ୍‌ବି ଓ ଏଲ୍‌ଏଲ୍‌ଏମ୍‌ ଡିଗ୍ରି ହାସଲ କରିଥିଲେ। ୨୦୦୨ରେ ସେ ‘ରାଇଟ୍‌ ଟୁ ସ୍ପିଡି’ ବିଷୟରେ ପିଏଚ୍‌ଡି ମଧ୍ୟ କରିଥିଲେ।

ଏହି କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, ‘ବାର୍କ’ସ୍ଥିତ ଲେଜର୍‌ ଆଣ୍ଡ୍‌ ପ୍ଲାଜ୍‌ମା ଟେକ୍ନୋଲୋଜି ଡିଭିଜନ୍‌ର ପୂର୍ବତନ ମୁଖ୍ୟ ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରାଜ୍ୟ ‘ଡିଏମ୍‌ଇଟି’ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଅଧ୍ୟକ୍ଷ  ବି. ଏସ୍‌. ପୁନିଆ, ଆଇଏଏସ୍‌, ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମର ନିର୍ଦେଶକ  ଜି. ରେଘୁ, ଆଇଏଏସ୍‌ ଏବଂ ଆବାହକ ସଦସ୍ୟ ହେଉଛନ୍ତି ‘ଏସ୍‌ଡି ଆଣ୍ଡ୍‌ ଟିଇ ଡିପାର୍ଟମେଣ୍ଟ୍‌’ର ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଡକ୍ଟର ଏ. କେ. ନାୟକ, ଓଏଏସ୍‌।