ଭୁବନେଶ୍ବର: ହାଇ ପ୍ରୋଫାଇଲ ଠକ ପ୍ରଜ୍ଞା ପ୍ରକାଶ ନାୟକ ଏବେ ୬ଦିନିଆ ରିମାଣ୍ଡରେ ଅଛି। ଆଜି ପଞ୍ଚମ ଦିନ ଥିବା ବେଳେ କମିସନରେଟ ପୁଲିସକୁ ପ୍ରଜ୍ଞା ପ୍ରକାଶ ନାୟକଙ୍କ ସଂପର୍କରେ ମିଳିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।
ସେ ଆରବିଆଇ ଗଭର୍ଣ୍ଣରଙ୍କ ଜ୍ବାଇଁର ପରିଚୟ ଦେଇ, ନିଜକୁ ବିଭିନ୍ନ ନାମୀଦାମୀ କମ୍ପାନୀର ମାଲିକ ବୋଲି ଦର୍ଶାଇ, ନିଜ ସେୟାରକୁ ବିକିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରଜ୍ଞା ପ୍ରକାଶ ନାୟକ ୨କୋଟି ୩୫ ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଥିଲେ। ପ୍ରଜ୍ଞାଙ୍କ ସହ ଆଉ କେଉଁ ଲୋକ ସମ୍ପୃକ୍ତ ରହିଛନ୍ତି, ତାର ଖୋଳତାଡ଼ କରୁଛି ପୁଲିସ। ଏମାନଙ୍କ ନେଟୱର୍କ ଦେଶ ବାହାରେ ରହିଛି ବୋଲି ସୂରାକ ମିଳିଛି।
ଗତ ୪ ତାରିଖରେ ଏହି ଠକ ପ୍ରଜ୍ଞାଙ୍କୁ ଲିଙ୍ଗରାଜ ଥାନା ପୁଲିସ ଗିରଫ କରିଥିଲା। ବଡ଼ ବଡ଼ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ଟଙ୍କା ନେଇକି ଫେରାର ହେଇଯାଉଥିବା ବେଳେ ପ୍ରଜ୍ଞା ଧରା ପଡ଼ିଥିଲେ।