୫୭ଟି ଉଚ୍ଚ ବିଦ୍ୟାଳୟ ହେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏବେ କଳା ପାଠ୍ୟକ୍ରମ ପଢ଼ାଯିବ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୫୭ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯିବ। ଏଠାରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କ ପାଇଁ କଳା ବିଭାଗ ଖୋଲିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପ୍ରକଳ୍ପ ଅନୁମୋଦନ ବୋର୍ଡ (ପିଏବି) ଅନୁମତି ପ୍ରଦାନ କରିଛି। ଏହି ସ୍କୁଲ ପିଛା ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ୯୧ଲକ୍ଷ ୫ ହଜାର ଟଙ୍କା ଲେଖାଏ ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ଅର୍ଥ ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଖର୍ଚ୍ଚ ହେବ। ଏହାକୁ ନଜରରେ ରଖି ସ୍କୁଲ ଉନ୍ନତୀକରଣ କରିବାକୁ ରାଜ୍ୟ ପ୍ରକଳ୍ପ ନି‌ର୍ଦ୍ଦେଶକ ଅନୁପମ ଶାହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର