ଓଏସ୍‌ଏସ୍‌ପିରେ ସାମିଲ ହେବେ ହାଇସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷରୁ ଓଡ଼ିଶା ରାଜ୍ୟ ସ୍କଲାରସିପ୍‌ ପୋର୍ଟାଲ (ଓଏସ୍‌ଏସ୍‌ପି)ରେ ପ୍ରି-ମାଟ୍ରିକ୍‌ ବୃତ୍ତି ସାମିଲ ହେବ। ୯ମ ଓ ଦଶମ ଶ୍ରେଣୀର ଏସ୍‌ଟି, ଏସ୍‌ସି ଓ ଓବିସି ଛାତ୍ରଛାତ୍ରୀ ଏକକ ବୃତ୍ତି ପୋର୍ଟାଲରେ ହିଁ କେବଳ ଆବେଦନ କରିବେ। ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରିବା ପାଇଁ ସ୍କୁଲର ପ୍ରଧାନଶିକ୍ଷକ, ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନେ ପ୍ରାଥମିକତା ଦେବେ। ଛାତ୍ରଛାତ୍ରୀ ଯେପରି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ସେଥିପ୍ରତି ବ୍ୟବସ୍ଥା କରିବେ। ଗତ ୩୦ ତାରିଖରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିସହ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟ ଯେତେଶୀଘ୍ର ସମ୍ଭବ ବୃତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ। ଅନ୍ୟାନ୍ୟ ବିଭାଗଗୁଡ଼ିକ ମଧ୍ୟ ନିଜ ନିଜ ସ୍ତରରେ ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର