ଆଜି ଜନ୍ମାଷ୍ଟମୀ: ପୁଲିସ ଛାଉଣିରେ କନ୍ଧମାଳ

ଫୁଲବାଣୀ : ଆସନ୍ତା କାଲି ଜନ୍ମାଷ୍ଟମୀ। ଏଥିନିମନ୍ତେ ସମଗ୍ର କନ୍ଧମାଳରେ ଗାଁରୁ ସହର ସବୁଠି ଉତ୍ସବ ମୁଖର। ଏଥିସହ ଜଲେଶପଟା ଓ ଚକାପାଦ ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ୧୧ ବର୍ଷ ପୂର୍ତ୍ତି ଶ୍ରାଦ୍ଧ ଉତ୍ସବ ପାଳନ ହେବ। ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଲକ୍ଷ୍ମଣାନନ୍ଦଙ୍କ ନିମନ୍ତେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି।

ସୂଚନା ଅନୁସାରେ, ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ ଛାଉଣିରେ ସମଗ୍ର କନ୍ଧମାଳ ରହିଛି। ଅଜଣା ଲୋକଙ୍କ ଉପରେ କଡ଼ା ନଜର ରହିବା ସହ ମାଓବାଦୀଙ୍କ ଗତବିଧି ଉପରେ ନଜର ରଖାଯାଇଛି। ମାଓ ଇଲାକାରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ବିଶେଷତଃ ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ଓ ଚକାପାଦ ଆଶ୍ରମ ପରିସର ଓ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହାବାଦ ପଦସ୍ଥ ପୁଲିସ ଅଧିକାରୀ ୨ ଆଶ୍ରମରେ ରହି ତଦାରଖ କରୁଛନ୍ତି। ଏହି ଦିନରେ ଶାନ୍ତିଶୃଙ୍ଖଳାର ବଜାୟ ରଖିବାକୁ କନ୍ଧମାଳର ଜନସାଧାରଣଙ୍କୁ ଏସପି ପ୍ରତୀକ ଗୀତା ସିଂ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର