ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ଧାର୍ଯ୍ୟ ସମୟଠାରୁ ୧ ମାସ ବଢ଼ାଇବାକୁ ହାଇକୋର୍ଟଙ୍କୁ କହିଲେ ସରକାର

କଟକ: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆଜି ଥିଲା ଡେଡଲାଇନ, ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢିବ। ଭିତ୍ତିଭୂମି ବିକାଶ କରାଯିବ, ଜନ ସେବା, ମୋ ସେବା କେନ୍ଦ୍ରରେ ନମ୍ୱର୍ ପ୍ଲେଟ ବୁକିଂ ହେବ, ଗ୍ରାମାଞ୍ଚଳରେ କମ୍ପ ଆୟୋଜନ କରାଯିବ, ଅନଲାଇନ ବ୍ୟବସ୍ଥାରେ କେମିତି ସ୍ଲଟ୍ ମିଳିବ ତାହା ସୁନିଶ୍ଚିତ କରାଯିବ ବୋଲି ସରକାର ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି।

ଆବେଦନକାରୀମାନେ ଖବର କାଗଜ ରିପୋର୍ଟ ଦେଖାଇ ଡିସେମ୍ବର ଯାଏ ସ୍ଲଟ୍‌ ନାହିଁ ବୋଲି କହିଛନ୍ତି। ସମୟ ସୀମା ବୃଦ୍ଧି କରା ଯାଉଥିବାରୁ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ଯାଏ ଅପେକ୍ଷା କରିବାକୁ କହିବା ସହିତ ଅକ୍ଟୋବର ଶେଷ ସପ୍ତାହକୁ ମାମଲାର ଶୁଣାଣି ଧାର୍ଯ୍ୟ କରିଛନ୍ତି।  ସ୍ଥିତିରେ କ’ଣ ସୁଧାର ଆସିଛି ସେ ନେଇ ପରବର୍ତ୍ତୀ ଶୁଣାଣି ବେଳେ ହାଇକୋର୍ଟରେ ତଥ୍ୟ ଦାଖଲ ହେବ।

ସମ୍ବନ୍ଧିତ ଖବର