କରୋନା ମୁକାବିଲା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ : ସମସ୍ତ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି କର, ଡାକ୍ତରୀ ସରଞ୍ଜାମ ଯୋଗାଅ, ରୋଗୀଙ୍କୁ ହଇରାଣ କରନାହିଁ

କଟକ: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ କଡା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।  ରାଜ୍ୟର ସବୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟ‌ାଳୟ । ଏଥିସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ସରକାର ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବାକୁ ତାଗିଦ କରିଛନ୍ତି  । ଅନ୍ୟପଟେ ନିହାତି ଆବଶ୍ୟକ ନଥିଲେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଛୁଟି ନ ଦେବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ରାସ୍ତାଘାଟରେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କୁ ହଇରାଣ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିଏମଇଟି ଓ ରାଜ୍ୟ ପୁଲିସ୍ ବିଭାଗକୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ।

ରାଜ୍ୟ ତଥା ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକ ଏବେ ଘରମୁହାଁ। ସେମାନଙ୍କ ଗତିବିଧି, ପରିବହନ ଓ ମୌଳିକ ଆବଶ୍ୟକତା ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କୁ ଏଭଳି ବ୍ୟକ୍ତିବିଶେଷଙ୍କ ସମସ୍ୟା ପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି କାର୍ଯ୍ୟକାରୀ ମୁଖ୍ୟ ବିଚ‌ାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏଭଳି ଶ୍ରମିକ ଓ ବ୍ୟକ୍ତିବିଶେଷଙ୍କୁ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ରଖିବା ବ୍ୟବସ୍ଥା କରାଯିବା ସହିତ ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ‌ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର