କଟକ: ମାନବ ପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟରେ ପୂର୍ବ ନିର୍ଦ୍ଦେଶ ମୁତାବକ ଶବ ବ୍ୟବଚ୍ଛେଦ ରିପୋର୍ଟର ସ୍ପଷ୍ଟ କପି ଓ ଗୁରୁତ୍ବପୂର୍ଣ୍ଣ ସାକ୍ଷୀଙ୍କ ବୟାନ ଦାଖଲ କରାଯାଇନଥିବାରୁ ହାଇକୋର୍ଟ ଆଜି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଫେବୃଆରୀ ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ଶବ ବ୍ୟବଚ୍ଛେଦ ରିପୋର୍ଟର ସ୍ପଷ୍ଟ କପି ଓ ସାକ୍ଷୀଙ୍କ ରେକର୍ଡ଼ କରାଯାଇଥିବା ବୟାନ ହାଇକୋର୍ଟରେ ଦାଖଲ କରାଯିବ। ସୂଚନାଯୋଗ୍ୟ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପ୍ରାର୍ଥନା କରି ତାଙ୍କ ବାପା, ମାଆ,ପତ୍ନୀ ବିଦ୍ୟାଶ୍ରୀ ଦାଶ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।