ନୂଆପଡ଼ା ଏନଏସି ନିର୍ବାଚନ ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ନୂଆପଡ଼ା ଏନଏସି ନିର୍ବାଚନ ଉପରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଫଳରେ ନୂଆପଡ଼ା ଏନଏସି ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୧୨ ତାରିଖରେ ହେବା ପାଇଁ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ ନିକଟରେ ରାଜ୍ୟ ନିର୍ବାଚନ ଅଧିକାରୀ ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ, ବରଗଡ଼ ଜିଲ୍ଲାର ଅତାବିରା ଓ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଏନଏସି ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ। ତେବେ ନୂଆପେଡ଼ା ଏନଏସି ର ଓ୍ଵାର୍ଡ ସଂରକ୍ଷଣ ନେଇ ଜିଲ୍ଲାପାଳ ଯେଉଁ ବିଜ୍ଞପ୍ତି ଜାରି କରିଥିଲେ ତାକୁ ମହେଶ ନିଆଳ ନାମକ ଜଣେ ବ୍ୟକ୍ତି ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ଶରଣ ଓ ଜଷ୍ଟିସ ଡ. ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାର, ନୂଆପଡ଼ା ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ନୋଟିସ ଜାରି କରିବା ସହିତ ଆଜି ଏହା ଉପରେ ଏହି ରହିତାଦେଶ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର