ପାଇକମାଳ: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଟେମରି ସରପଞ୍ଚଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ପାଇକମାଳ: ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ୍ ଅନ୍ତର୍ଗତ ଟେମରି ପଞ୍ଚାୟତର ସରପଞ୍ଚ ନିରୁପମା ସିଂହଙ୍କ ନିଲମ୍ବନ ଆଦେଶକୁ ଖାରଜ କରି ତାଙ୍କୁ ପୁନର୍ବାର ସରପଞ୍ଚ ପଦରେ ଅବସ୍ଥାପିତ କରିବାପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏ ବିଷୟରେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ପତ୍ର ୧୮୨୨୪ ତା୧୮/୧୧/୨୦ ଅନୁସାରେ ବରଗଡ଼ ଜିଲ୍ଲାପାଳ, ପଦ୍ମପୁର ଉପଜିଲ୍ଲାପାଳ, ପାଇକମାଳ ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ଟେମରି ପଞ୍ଚାୟତର ସରପଞ୍ଚ ନିରୁପମା ସିଂହଙ୍କୁ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଚିଠି ନମ୍ବର ୬୯୬/ଜିପି ତା ୪/୯/୨୦୨୦ ଅନୁସାରେ ଧାରା ୧୧୫ ର ଉପଧାରା ୨ ,ଓପିଜି ଆକ୍ଟ ୧୯୬୪ ଆଧାରରେ ନିଲମ୍ବିତ କରାଯାଇଥିଲା। ଏହାପରେ ନାଏବ ସରପଞ୍ଚ ଶଶୀ ବଂଛୋର ତୁରନ୍ତ କାର୍ଯ୍ୟଭାର ତୁଲାଉ ଥିଲେ।

ସମ୍ବନ୍ଧିତ ଖବର