କରୋନା ନେଇ ହାଇକୋର୍ଟଙ୍କ ନିଷ୍ପତ୍ତି, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ତାଲିକାଭୁକ୍ତ ହେବ ନାହିଁ କୌଣସି ମାମଲା

କଟକ: କରୋନା ପାଇଁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକ ଡାଉନ କରାଯିବା ସହ ଏହାସହ ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର, ନବରଙ୍ଗପୁର, ଉମରକୋଟ, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଓ ଯାଜପୁର ଟାଉନ ଭଳି ୧୧ଟି ସହରରରେ ଲକ୍ ଡାଉନ୍  ଘୋଷଣା ପରେ ହାଇକୋର୍ଟରେ ମାମଲା ବିଚାର ସମ୍ପର୍କରେ ଆଜି ନିର୍ଦେଶନାମା ଜାରି ହୋଇଛି।

ତାହା ଅନୁଯାୟୀ, ୨୩ ତାରିଖ ପାଇଁ ତାଲିକାଭୁକ୍ତ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ମାମଲା ତାଲିକାଭୁକ୍ତ ହେବନାହିଁ ବୋଲି ଏଥିରେ କୁହାଯାଇଛି। ଏହାସହ ଅତି ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର ବିଭାଗୀୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ। ହ୍ୱାଟ୍ସଆପ୍ ଓ ଭିଡିଓ କଲ ଜରିଆରେ ଏ ସମ୍ପର୍କରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ ବୋଲି କୁହାଯାଇଛି।
ଆବଶ୍ୟକ ଅନୁସାରେ ରୋଟେସନ ଭିତ୍ତିରେ ଷ୍ଟାଫ ନିୟୋଜନ ପାଇଁ ବି ନିର୍ଦେଶନାମା ଜାରି କରାଯାଇଛି। ସବୁସମୟରେ ଗାଡ଼ି ଏବଂ ଡାକ୍ତରଙ୍କ ବନ୍ଦୋବସ୍ତ କରାଯିବାକୁ ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର