ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ପାଇଁ ରହିବ ହାଇକୋର୍ଟ ଛୁଟି

କଟକ: ମାର୍ଚ୍ଚ ୨୪ ତାରିଖ ଦିନ ହାଇକୋର୍ଟ ଛୁଟି ‌ରହିବ। ଏ ନେଇ ହାଇକୋର୍ଟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୨୪ ତାରିଖ ଦିନ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏ ନେଇ ରାଜ୍ୟ ନିର୍ବାଚନ କମିସନ ୨୦୨୨, ମାର୍ଚ୍ଚ ୬ରେ ଜାରି କରିଥିବା ଚିଠିକୁ ବିଚାରକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ଏପରି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମାର୍ଚ୍ଚ ୨୪ ତାରିଖ ଦିନ ହାଇକୋର୍ଟ ଓ ଏହାର କାର୍ୟ୍ୟାଳୟ ଛୁଟି ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର