ଯୁକ୍ତ ୩ ହଷ୍ଟେଲ ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ୩ କଲେଜଗୁଡ଼ିକର ହଷ୍ଟେଲ ସ୍ଥିତି ସମ୍ପର୍କରେ ତଥ୍ୟ ମଗାଯାଇଛି। ଦୁଇ ଦିନ ମଧ୍ୟରେ ହଷ୍ଟେଲ ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବାକୁ ବିଭାଗୀୟ ଉପନିର୍ଦେଶକ ରାଜେଶ କୁମାର ସାହୁ ଆଜି ବିଭାଗ ଅଧୀନ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ଏସ୍‌ସି/ଏସ୍‌ଟି/ଓବିସି ଓ ସାଧାରଣ ବର୍ଗର ଗରିବ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ହଷ୍ଟେଲର ଆବଶ୍ୟକତା ରହିଛି। କଲେଜଗୁଡ଼ିକ ନିଜର ଇ-ସ୍ପେସ୍‌ରେ ଲଗ୍‌ଇନ୍‌ କରି ହଷ୍ଟେଲର ସଂଖ୍ୟା, ନାମ, କେଉଁ ବର୍ଗର ହଷ୍ଟେଲ, ସିଟ୍‌ ସଂଖ୍ୟା, କେଉଁ ବର୍ଷର ଛାତ୍ରଛାତ୍ରୀ ରହୁଛନ୍ତି, କେତେ ସିଟ୍‌ ଖାଲି ରହିଛି ଆଦି ବିଷୟରେ ଜଣାଇବେ। ହଷ୍ଟେଲ ନ ଥିଲେ ମଧ୍ୟ ସେସମ୍ପର୍କରେ ବି ଜଣାଇବାକୁ କୁହାଯାଇଛି।

ଭଡ଼ାରେ ଚାଲିଛି ବ୍ରହ୍ମପୁର ଶିକ୍ଷା ନିର୍ଦେଶାଳୟ
୨୪ ବର୍ଷ ହେଲା ଭଡ଼ା ଘରେ ଚାଲିଛି ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ। ଏନେଇ ଜଣାପଡ଼ିବା ପରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଆଜି ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ ପାଇଁ ବ୍ରହ୍ମପୁର ସହର ମଧ୍ୟରେ ଖାଲି ଥିବା କିମ୍ବା ବ୍ୟବହୃତ ହେଉ ନ ଥିବା କୋଠାକୁ ଆଲର୍ଟ କରିବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର