ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତର କଲେଜ ଅଧ୍ୟକ୍ଷ/ଅଧକ୍ଷାଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷ/ଅଧକ୍ଷାଙ୍କୁ ଏହାକୁ ଲାଗୁ କରିବା ଲାଗି ପତ୍ର ଦ୍ବାରା ସୂଚିତ କରିଛନ୍ତି । ଉଚ୍ଚମାଧ୍ୟମିକ ଶିକ୍ଷା ବିଭାଗର ଚିଠି ନମ୍ବର ୧୩୫୫୯/ଏଚଇରେ ଉଲ୍ଲେଖ ରହିଛି କି ଏଣିକି ସମସ୍ତ କଲେଜ ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀରେ ଉପସ୍ଥାନ ଅତିକମ୍ରେ ୭୫ ପ୍ରତିଶତ ରହିବା ଆବଶ୍ୟକ।
/sambad/media/post_attachments/wp-content/uploads/2019/11/WhatsApp-Image-2019-11-30-at-20.27.23-215x300.jpeg)
ଯଦି କୌଣସି ଛାତ୍ରଛାତ୍ରୀଙ୍କର ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଶ୍ରେଣୀରେ ରହେ ତେବେ ତାଙ୍କୁ ବାର୍ଷିକ ପରୀକ୍ଷାରେ ବସିବା ଳାଗି ଅନୁମତି ଦିଆଯିବ ନାହିଁ। ଏଭଳି ପରିସ୍ଥିତିରେ ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ଏକ୍ସଟା କ୍ଲାସ୍ କରି ତାହାକୁ ପୂରଣ କରିବାକୁ ହେବ।
/sambad/media/post_attachments/wp-content/uploads/2019/11/Odisha-Govt.png)
ତେଣୁ ପିଲାମାନଙ୍କୁ ବାର୍ଷିକ ପରୀକ୍ଷା ପୂର୍ବରୁ ଆଗୁଆ ସଚେତନ କରାଇବା ପାଇଁ ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତର କଲେଜ ଅଧ୍ୟକ୍ଷ/ଅଧକ୍ଷାଙ୍କୁ ଏ ନେଇ ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Plus-II-Colleges-Separated-In-Odisha-Board-Exam-In-First-Year-660x330.jpg)