ଯୁକ୍ତ୨ ପରୀକ୍ଷା ପରିଚାଳନା ନେଇ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାକୁ ଶୃଙ୍ଖଳିତ କରିବା, ସୁପରିଚାଳନା ଓ ଠିକ୍‌ ସମୟରେ ପରୀକ୍ଷା‌ ଫଳ ପ୍ରକାଶ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୁରୁତ୍ବାରୋପ କରିଛନ୍ତି। ଅପରାହ୍‌ଣରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଦାଶ କିଭଳି ପରୀକ୍ଷାରେ ସ୍ବଚ୍ଛତା ଆସିପାରିବ, ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସୁଚାରୁ ଭାବେ ପରୀକ୍ଷା କାର୍ଯ୍ୟକୁ ତଦାରଖ କରିବେ, ସେ ସମ୍ପର୍କରେ ଅବଗତ କରାଇଥିଲେ। ସମୀକ୍ଷା ବୈଠକରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ସଚିବ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ପରିଷଦର ସମସ୍ତ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର