ଭୁବନେଶ୍ୱର : ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍ସିସି) ଡିଜି ଲିଟ୍ୟୁନାଣ୍ଟ ଜେନରାଲ ଗୁରୁବୀରପାଲ୍ ସିଂ ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଏନ୍ସିସିର କାର୍ଯ୍ୟ ଓ ଦେଶକୁ ଗଢ଼ି ତୋଳିବାରେ ସେମାନଙ୍କର ବିଭିନ୍ନ ପଦକ୍ଷେପକୁ ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରଶଂସା କରିଥିଲେ। ଏନ୍ସିସି ନିର୍ଦ୍ଦେଶାଳୟ, ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସାମାଜିକ, ରଚନାତ୍ମକ କାର୍ଯ୍ୟରେ ସଶକ୍ତ କରିବାରେ ଏବଂ ଦୁଃସାହସିକ କାର୍ଯ୍ୟକ୍ରମରେ ବଳିଷ୍ଠ ଭୂମିକା ନେବା ସହ ଦେଶଭକ୍ତି, ନେତୃତ୍ୱ ଗ୍ରହଣ, ଦକ୍ଷତା ବିକାଶ, ସମାଜସେବୀ, ନିର୍ମଳ ପରିବେଶ, କ୍ରୀଡ଼ା ଓ ଲିଙ୍ଗଗତ ସମାନତା ପାଇଁ ଗ୍ରହଣ କରୁଥିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ବିଶଦ୍ ଆଲୋଚନା ହୋଇଥିଲା। ମହାନିର୍ଦ୍ଦେଶକ ଶ୍ରୀ ସିଂ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଏନ୍ଏସ୍ଏସ୍ର କ୍ରେଷ୍ଟ ପ୍ରଦାନ କରିଥିଲେ। ସମ୍ବଲପୁର ଜିଲ୍ଲାରେ ପଞ୍ଚମ ଏନ୍ସିସି ନାଭାଲ୍ ୟୁନିଟ୍ ପ୍ରତିଷ୍ଠା ତଥା ମହାବିଦ୍ୟାଳୟରେ କ୍ୟାଡେଟ୍ ସଂଖ୍ୟା ବୃଦ୍ଧି ସଂପର୍କରେ ମହାନିର୍ଦ୍ଦେଶକଙ୍କ ସହ ମନ୍ତ୍ରୀ ବିଶଦ୍ ଆଲୋଚନା କରିଥିଲେ। ଏହି ସାକ୍ଷାତକାର ସମୟରେ ଉପମହାନିର୍ଦ୍ଦେଶକ କମୋଡର୍ ସୋମେନ୍ ବାନାର୍ଜୀ, ଓଡ଼ିଶା ଏନ୍ସିସି ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ କର୍ଣ୍ଣେଲ ସାଗର କେ. ମହାନ୍ତି ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏନ୍ସିସି ମହାନିର୍ଦ୍ଦେଶକଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା
ସମ୍ବଲପୁରରେ ଏନ୍ସିସି ନାଭାଲ୍ ୟୁନିଟ୍ ଖୋଲିବାକୁ ପ୍ରସ୍ତାବ
/sambad/media/post_attachments/wp-content/uploads/2022/01/nccff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)