ଖୁବ୍ ଶୀଘ୍ର ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ-୩ ଆରମ୍ଭ ହେବାର ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ : ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ସେ କହିଛନ୍ତି, ରୁଷା (ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ) ଏକ ଏବଂ ଦୁଇର ବକେୟା ଅର୍ଥ ଓଡ଼ିଶାକୁ ଦେବା ପାଇଁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏହାଛଡ଼ା ଖୁବ ଶୀଘ୍ର ରୁଷା ତିନି ଆରମ୍ଭ ହେବାର ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ଏହା ଫଳରେ ରାଜ୍ୟମାନେ ଉଚ୍ଚଶିକ୍ଷାର ବିକାଶ ପାଇଁ ଅଧିକ ଅର୍ଥ ପାଇପାରିବେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ସଚିବ।

ଏଥିସହିତ କୋଭିଡ ପାଇଁ ଦୁଇଟା ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି, ଯଥାଶୀଘ୍ର ଉଚ୍ଚଶିକ୍ଷାର ଅଂଶୀଦାରମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ସାରି, ପାଠପଢ଼ା ଆରମ୍ଭ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ପରିସ୍ଥିତିକୁ ନଜର ରଖି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଭଳି ୟୁଜି ଓ ପିଜିର ଅନ୍ୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଶିକ୍ଷାଦାନ ଦିଆଯିବ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ମନ୍ତ୍ରୀ। ଏହି ବୈଠକରେ ଜାତୀୟ ଶିକ୍ଷାନୀତି ଉପରେ ବି ଆଲୋଚନା ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଗସ୍ତ ଅବସରରେ ସେ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ସଂପର୍କରେ ଜାଣିବାକୁ ଚାହିଁଥିଲେ ବୋଲି ଶାଶ୍ୱତ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର