କାର୍ଯ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା ଉପବିଭାଗ ଅଧିକାରୀ ନିଲମ୍ବିତ

ଭୁବନେଶ୍ବର : କାର୍ଯ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁଯାୟୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗତ ଜାନୁଆରି ୨୧ରେ ନଅତାଲାସ୍ଥିତ ଉଚ୍ଚଶିକ୍ଷା ବିଭାଗ ଦ୍ୱିତୀୟ କ୍ୟାମ୍ପସକୁ ଅଚାନକ ଗସ୍ତ କରି‌ଥିଲେ। ଏହି ସମୟରେ ଫାଇଲ୍‌ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେଉଥିବା ଜାଣିବାକୁ ପାଇଥିଲେ। ଫାଇଲ୍‌ଟି ୬ ମାସରୁ ଅଧିକ ଦିନ ଧରି କାର୍ଯ୍ୟକାରୀ ନ ହୋଇ ପଡ଼ି ରହିଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ତଦନ୍ତ କରି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ତଦନ୍ତ କରାଯିବା ପରେ ଉପବିଭାଗ ଅଧିକାରୀ ଶ୍ରୀ ଗୋଚ୍ଛାୟତଙ୍କୁ ଫାଇଲ୍‌ ପ୍ରକ୍ରିୟାରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି।

ସମ୍ବନ୍ଧିତ ଖବର