ଜୟପୁର: ରାଜ୍ୟ ଉଚ୍ଚଶିକ୍ଷାବିଭାଗରୁ ଆସିଥିବା ଟିମ୍ ଗୁରୁବାର ବିକ୍ରମ ଦେବ ବିଶ୍ବବିଦ୍ୟାଳୟର କ୍ୟାମ୍ପସରେ ବିଜ୍ଞାନ ବିଭାଗର ପିଜିକ୍ସ, ‌କ୍ୟାମେଷ୍ଟ୍ରୀ, ଶୌକ୍ଷୀକ ଭବନ ଓ ଲାଇବ୍ରେରୀ ଆଦିର ଅନୁଧ୍ୟାନ କରିଥିଲେ। ଏହା ସହ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର  ଓ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

Advertisment

ସୂଚନା ଅନୁଯାୟୀ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ରମାକାନ୍ତ ନାୟକଙ୍କ ନେତୃତ୍ବରେ ରାଜ୍ୟ ଉଚ୍ଚଶିକ୍ଷା କାଉନସିଲର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର କୁମାର ଦାଶ, ଆ‌କାଡେମିକ୍ ପରାମର୍ଶଦାତା ମିହିର କୁମାର ଦାଶ, ଆଂଚଳିକ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ତ୍ରିନାଥ ପ୍ରସାଦ ରଥଙ୍କୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଗୁରୁବାର ବିଜ୍ଞାନ ବିଭାଗର ପିଜିକ୍ସ, ‌କ୍ୟାମେଷ୍ଟ୍ରୀ, ଶୌକ୍ଷୀକ ଭବନ ଓ ଲାଇବ୍ରେରୀ ଆଦିର ଅନୁଧ୍ୟାନ କରିଥିଲେ। ଏହା ପରେ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ବିଶ୍ବବିଦ୍ୟାଳୟରେ କେତୋଟି ବିଭାଗର ପାଠ୍ୟକ୍ରମ ପଢ଼ାଯାଉଛି, କେତେ ପିଲା ପଢ଼ୁଛନ୍ତି, କେତେ ଜଣ ସ୍ଥାୟୀ ଅଧ୍ୟାପକ, ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକ, ପ୍ରଫେସର ଆଦି ରହିଛନ୍ତି ତାହାକୁ ନେଇ ଆଲୋଚନା କରିଥିଲେ। କ୍ୟାମ୍ପସ୍ ବୁଲିବା ସମୟରେ ସେମାନଙ୍କ ନଜରକୁ ଆସିଥିବା ବିଭିନ୍ନ  ଛୋଟ ବଡ଼ ତ୍ରୁଟି ଗୁଡିକୁ ସଜାଡ଼ିବାକୁ  ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାରଙ୍କୁ ପରାମର୍ଶ ଦେଇଥିଲେ।

publive-image

ଅପରାହ୍ନରେ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଆବଦଲ ଆକ୍ତରଙ୍କୁ ଭେଟି ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ ପାଇଁ  ଗତ କାଲି ବୁଲି ଦେଖିଥିବା ଜୟନ୍ତଗିରୀ , ଆମ୍ବାଗୁଡା, ରଣ୍ଡାପାଲ୍ଲୀ, ବାରିଣୀପୁଟ ଓ ଜଗନ୍ନାଥସାଗର ପାର୍ଶ୍ବ ଆଦି ଜମି ଗୁଡିକ ସଂପର୍କରେ ବିସ୍ତୃତ ଭାବେ ଟିମ୍ ଆଲୋଚନା କରିଥିଲେ। ତହସିଲଦାର ସୁଶ୍ରୀ ସାଗରିକା ଷଡ଼ଙ୍ଗୀ ଏଥିରେ ଭାଗ ନେଇଥିଲେ। ସବୁ ଜମିର ସକାରତ୍ମକ, ନକରାତ୍ମକ ଦିଗ ଉପରେ ଅଲୋଚନା ହୋଇଥିଲା। ସବୁ ଜମିର ସଂପୁର୍ଣ୍ଣ ବିବରଣୀ ଏହି ଟିମ୍ ଧରିକି ଭୁବନେଶ୍ବର ଯିବେ। ତିନିଦିନିଆ ଗସ୍ତର ସଂପୁର୍ଣ୍ଣ ରିପୋର୍ଟ ଦାଖଲ କରିବା ପରେ କେଉଁ ଜମିରେ ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ୍ ସ୍ଥାପନ ହେବ ତାହାର ବିଞପ୍ତି ରାଜ୍ୟସରକାର ପ୍ରକାଶ କରିବେ ବୋଲି କହିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅଂଚଳିକ ନିର୍ଦ୍ଦେଶକ ତ୍ରିନାଥ ପ୍ରସାଦ ରଥ। ଶୁକ୍ରବାର ଏହି ଟିମ୍ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅଂଚଳିକ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକ, ପ୍ରଫେସର ଆଦିଙ୍କୁ ନେଇ ବୈଠକ କରାଯିବାର କାର୍ଯ୍ୟକ୍ରମ ରହିଛି। ସେଭଳି ଆସନ୍ତାକାଲି ‌ କୂଳପତି  ନିଯୁକ୍ତି ଦେଇଥିବା ବିଶ୍ବବିଦ୍ୟାଳୟର ପ୍ରଥମ ଅଫିସର ଅନ୍ ସ୍ପେଶିଆଲ୍ ଡ୍ୟୁଟି (ଓଏସଡି) ଭାବେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ମ୍ୟାନଜମ୍ୟାଣ୍ଟ ଡ.ଦେବୀ ପ୍ରସାଦ ମିଶ୍ର ନିଜ କାର୍ଯ୍ୟରେ ଯୋଗ ଦେବେ ବୋଲି କହିଛନ୍ତି ଆଂଚଳିକ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ତ୍ରିନାଥ ପ୍ରସାଦ ରଥ।