ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ଅପରାହ୍ଣ ୧ଟା ସୁଦ୍ଧା ରାଜ୍ୟର ସର୍ବାଧିକ, ୪୭% ମତଦାନ

କେନ୍ଦ୍ରାପଡ଼ା:  ନିର୍ବାଚନୀ ମଇଦାନରେ  ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ଥିବା ହେତୁ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ ୧ଟା ସୁଦ୍ଧା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ୪୭% ଭୋଟ୍‌ଦାନ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହା ଓଡ଼ିଶାରେ ସର୍ବାଧିକ ମତଦାନ।  ପୂର୍ବାହ୍ନ ୧୧ଟା ସୁଦ୍ଧା ଏଠାରେ ୨୯. ୪% ଭୋଟ୍‌ଦାନ ହୋଇଥିଲା।

କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମାହାଙ୍ଗାରେ ସ୍ୱାସ୍ଥ୍ୟ, ଆଇନ୍‌ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା, ମହାକାଳପଡ଼ାରୁ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ, ଆଳି ବିଧାନସଭା ଆସନରୁ ରାଜ୍ୟସଭା ସାଂସଦ ପ୍ରତାପ ଦେବ, କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀଭାବେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଏବଂ ବିଜେପି ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରାପଡ଼ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ଯୋରଦାର୍‌ ପ୍ରଚାର ଅଭିଯାନ ଯୋଗୁଁ ସମଗ୍ର ଜିଲ୍ଲାରେ ଆଜି ରାଜନୈତିକ ବାତାବରଣ ଉଷ୍ମ ରହିଛି।

କେନ୍ଦ୍ରାପଡ଼ା ତୁଳନାରେ ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟର ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀରୁ ଆସିଥିବା ମତଦାନ ପର୍ସେଣ୍ଟେଜ୍‌ ଯଥେଷ୍ଟ କମ୍‌ ରହିଥିବା ଜଣାପଡୁଛି। ଏହି ସମୟ ସୁଦ୍ଧା ୨୧% ମତଦାନ ହୋଇ ଭଦ୍ରକ ରାଜ୍ୟର ଦ୍ୱିତୀୟ ସ୍ଥାନରେ ରହିଛି। ଜଗତ୍‌ସିଂହପୁରରେ ୧୪. ୪%, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୮. ୫%, ମୟୂରଭଞ୍ଜରେ ୧୮. ୧୪%, ଜଗତ୍‌ସିଂହପୁରରେ ୧୬. ୯୦% ମତଦାନ ହୋଇଛି।

ସମ୍ବନ୍ଧିତ ଖବର