ମଞ୍ଚେଶ୍ୱର ପୁଲିସ ହାତରେ ଓଡ଼ିଶାର ମୋଷ୍ଟୱାଣ୍ଟେଡ ହାଇପ୍ରୋଫାଇଲ ଠକ: ୪ କୋଟିରୁ ଅଧିକ ଟଙ୍କା ଚଳୁ କରିଥିବା ଅଭିଯୋଗ

ଭୁବନେଶ୍ବର:ମଞ୍ଚେଶ୍ୱର ପୁଲିସ ହାତରେ ଓଡ଼ିଶାର ମୋଷ୍ଟୱାଣ୍ଟେଡ ହାଇପ୍ରୋଫାଇଲ ଠକ। ଠକ ପ୍ରଭାକର ଜେନାକୁ ଭୁବନେଶ୍ୱର ସାମନ୍ତରାପୁରରୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୁଲିସ।

ଏହି ହାଇପ୍ରୋଫାଇଲ ଠକର ଠକେଇ ଶୁଣି ଚିନ୍ତାରେ କମିସନରେଟ ପୁଲିସ। କମ ଦିନରେ ଅଧିକ ସୁଧର ପ୍ରଲୋଭନ ଦେଖାଇ ଏକାଧିକ ଲୋକଙ୍କଠାରୁ ୪ କୋଟିରୁ ଅଧିକ ଟଙ୍କା ଚଳୁ କରିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଠକର ଗିରଫଦାରିର ପରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗକାରୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କଠାରୁ ଟଙ୍କା ନେଇ ଠିକ ସମୟରେ ଅଧିକ ସୁଧ ସହ ଲୋକଙ୍କୁ ଫେରସ୍ତ କରିଥିଲା। ପରବର୍ତ୍ତୀ ସମୟରେ ମୋଟା ଅଙ୍କର ଟଙ୍କା ନେଇ ଦେଢ଼ ବର୍ଷ ହେବ ଫେରାର ହୋଇଯାଇଥିଲେ ଏହି ଠକ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଏହି ଚାଲବାଜ ଠକ ଯୁକ୍ତ ୨ ପରେ ଚେନ୍ନାଇର ଏକ ବ୍ୟାଗ କମ୍ପାନିରେ କାମ କରୁଥିଲା। ସେଠାରେ ୧୦ ବର୍ଷ କାମ କରିବା ପରେ ଓଡ଼ିଶାରେ ନିଜେ ମାଲିକ ହୋଇ ରାତାରାତି କୋଟିପତି ହେବାର ଲକ୍ଷ୍ୟ ରଖିଥିଲା ଠକ । ଆଉ ସେହିଭଳି କମ୍ପାନି ଖୋଲିବାର ଲକ୍ଷ୍ୟ ରଖି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟ କରି ଚମ୍ପଟ ମାରିଥିଲା

ସମ୍ବନ୍ଧିତ ଖବର