ଠିକା ସ˚ସ୍ଥାର ମନମାନି ଯୋଗୁଁ ରାଜପଥ ପାଲଟିଛି ମରଣଯନ୍ତା

ନଠୁଆବର : ରସୁଲପୁର ବ୍ଲକ୍‌ ଅଞ୍ଚଳ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ୧୫ କି.ମି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାର ସ˚ପ୍ରସାରଣ ଓ ମରାମତି କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି। ରାସ୍ତା ନିର୍ମାଣ ଓ ମରାମତି ଦାୟିତ୍ବରେ ଥିବା ଠିକା ସ˚ସ୍ଥା ଡିବିଏଲ(ଦିଲୀପ ବିଲ୍ଡକନ ପ୍ରାଇଭେଟ୍‌ ଲିମିଟେଡ୍‌) କମ୍ପାନିର ମନମାନି ଯୋଗୁଁ ରାସ୍ତାରେ ଦୁର୍ଘଟଣା ବଢୁଥିବା ଅଭିଯୋଗ ହୋଇଛି। ରାଜପଥ ନିକଟସ୍ଥ ବାରବାଟୀ ବଜାର ଅଞ୍ଚଳ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ପ୍ରକାଶ ଯେ, କିଛିଦିନ ଧରି ୧୬ ନମ୍ବର ଜାତୀୟ ରାଜପଥର ସ˚ପ୍ରସାରଣ କାର୍ଯ୍ୟ କରାଯାଉଛି। ଏବେ ଚଣ୍ତିଖୋଲ ଠାରୁ ପାଣିକୋଇଲି ପର୍ଯ୍ୟନ୍ତ ୬ ଥାକିଆ ରାସ୍ତା କାମ ଚାଲିଛି।ଏହି ରାସ୍ତାର ଏକାଧିକ ସ୍ଥାନରେ ଓଭର ବ୍ରିଜ, କଲର୍ଭଟ ଆଦି ନିର୍ମାଣ ହେଉଛି। ଏହି ବ୍ଲକ୍‌ର ବାରବାଟୀ ଗଣେଶ ବଜାର ନିକଟରେ ଓଭର ବ୍ରିଜ୍‌, ଦୁର୍ଗାପୁର ନିକଟସ୍ଥ ଦୁର୍ଗାଦେବୀ ମନ୍ଦିର ନିକଟରେ ଗଳିପୋଲ, ବାରବାଟୀ ୟୁକୋ ବ୍ୟାଙ୍କ ସମ୍ମୁଖରେ କଲର୍ଭଟ ଆଦି ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ତିନୋଟି ନିର୍ମାଣ କାର୍ଯ୍ୟ କେବଳ ଗୋଟିଏ କିଲୋ ମିଟର ବ୍ୟବଧାନରେ ହେଉଛି। ନିର୍ମାଣ କାର୍ଯ୍ୟ ପାଇଁ ଠିକା ସ˚ସ୍ଥା ଏକାଧିକ ଡାଇଭର୍ସନ ବ୍ୟବହାର କରୁଛି। ଡାଇଭର୍ସନ ସ୍ଥାନରେ ଗୋଟିଏ ପାର୍ଶ୍ବର ରାଜପଥରେ ଗାଡ଼ିମୋଟର ଚଳାଚଳ କରୁଛି। ରାସ୍ତା ସ˚ପ୍ରସାରଣ ଓ ପୋଲ ନିର୍ମାଣ ପୂର୍ବରୁ ରାସ୍ତା ଅବରୋଧ କରିବାକୁ ହେଲେ ନିୟମ ମୁତାବକ ସୂଚନା ଫଳକ ଲଗାଇବା, ଗମନାଗମନ ସୁବିଧା ସକାଶେ ଆପ୍ରୋଚ ରାସ୍ତା ନିର୍ମାଣ କରିବା, ଅତ୍ୟଧିକ ବୁଲାଣି ରାସ୍ତାରେ ସ˚ଶୋଧନ ଆଣିବା, ରାସ୍ତା ନିର୍ମାଣ ବେଳେ ଯାନବାହାନ ଗମନା ଗମନ କରୁଥିବା ରାସ୍ତା କଡ଼ରେ ସୁରକ୍ଷା ବାଡ଼ ଆଦି ଲଗାଇବାର ବ୍ୟବସ୍ଥା ରହିଛି। ଏଠାରେ ଠିକାସ˚ସ୍ଥା ସବୁ ନିୟମକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ ଜାରି ରଖିଛି।

କାମରେ କମ୍ପାନିକୁ କୋଟିକୋଟି ଟଙ୍କାର ଲାଭ ମିଳୁଥିବା ବେଳେ ଯାତାୟାତ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ବାରବାଟୀ ଅଞ୍ଚଳ ଏବେ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପରିଣତ ହୋଇଛି। ଏଠାରେ ଏକ ଦୈନିକ ପରିବା ହାଟ ବସୁଥିବା ବେଳେ ସ୍ଥାନୀୟ ବାରବାଟୀ, ସି˚ହାପୁର, ଓଡ଼ିଶୋ, କଲଣ, ନଠୁଆବର, ଜାବରା, ପ୍ରଥମାଖଣ୍ତି, ଭୋଟକା, ରସୁଲପୁର, ରାହାମ୍ବା, ବଡ଼କଇଁଚି, ମୁଗୁପାଳ, ଗନ୍ଧଣ, ଟିକରପଡ଼ା ପଞ୍ଚାୟତର ଶତାଧିକ ଚାଷୀ, ବ୍ୟବସାୟୀ, ଖାଉଟି ଏହି ହାଟକୁ ଆସିଥାନ୍ତି। ହାଟ ନିକଟରେ ଏକ ଓଭର ବ୍ରିଜ୍‌ ନିର୍ମାଣ ଚାଲିଛି। ମାତ୍ର ନିର୍ମାଣ ସ୍ଥଳରେ କୌଣସି ଆପ୍ରୋଚ ରାସ୍ତା ନିର୍ମାଣ ହୋଇନଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଗତ କିଛିଦିନ ମଧ୍ୟରେ ୨ ଟି ଦୁର୍ଘଟଣା ଘଟି ୩ଜଣଙ୍କର ଜୀବନ ଯାଇଛି। ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଗୋଟିଏ ପାର୍ଶ୍ବରେ ଗାଡ଼ିମୋଟର ଚଳାଚଳ କରୁଛି। ହାଟ ବସୁଥିବା ପାର୍ଶ୍ବ ଦେଇ ଗାଡ଼ିମୋଟର ଚଳାଚଳ ଫଳରେ ଲୋକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ହେଲେ ଠିକାସ˚ସ୍ଥା ଏଥିପ୍ରତି ଆଦୌ ଧ୍ୟାନ ଦେଉନାହିଁ। ହାଟରେ ଅଧିକା˚ଶ ସମୟରେ ରାସ୍ତା ଜାମ ରହୁଛି। ଆମ୍ବୁଲାନ୍ସ ଓ ଜରୁରୀ ସେବା ପ୍ରଦାନକାରୀ ଗାଡ଼ି ମଧ୍ୟ ଏହି ଭିଡ଼ରେ ଫସି ରହୁଛି। ଅଭିଯୋଗ ସମ୍ପର୍କରେ ଠିକା ସ˚ସ୍ଥାର ପ୍ରୋଜେକ୍ଟ ମାନେଜର କମଲ ଚୌହାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ।

ସମ୍ବନ୍ଧିତ ଖବର