ଜମନକିରା : ଜମନକିରା ଥାନା ଅନ୍ତର୍ଗତ କଦଳୀପାଲ୍ଠାରେ ଜାତୀୟ ରାଜଥରେ ଥିବା ଏକ ଟ୍ରକ୍ରୁ ଲୁଟ୍ ଉଦ୍ୟମ କରୁଥିବା ବେଳେ ୨ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ଲୁଟ୍ କରୁଥିବା ବେଳେ ଲୋକେ ସେମାନଙ୍କୁ ଧରି ମାଡ଼ ମାରି ପୁଲିସକୁ ଦେଇଥିଲେ।
/sambad/media/post_attachments/wp-content/uploads/2021/09/sambalpur-lootera.jpg)
ସୂଚନା ଅନୁସାରେ, ଜତୀୟ ରାଜପଥ ୫୩ରେ ଜମନକିରାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଲାଇନ୍ ଟ୍ରକ୍କୁ ୩ ଯୁବକ ଏକ ବାଇକ୍ରେ ବଡ଼ରମା ଘାଟିରୁ ପିଛା କରିଥିଲେ। ଗାଡ଼ିକୁ ଅଟକାଇ ଟଙ୍କା ଦାବି କରିଥିଲେ। ଡ୍ରାଇଭର୍ ଟଙ୍କା ଦେବାକୁ ରାଜି ନ ହେବାରୁ ସେମାନେ ଏକ ଛୁରିରେ ଡ୍ରାଇଭରଙ୍କୁ ଆଘାତ କରିଥିଲେ। କଦଳୀପାଲ୍ ବ୍ରିଜ୍ ପାଖରେ ଏହି ଘଟଣା ଘଟିଥିଲା। ସ୍ଥାନୀୟ ଲୋକମାନେ ଏହା ଜାଣି ପାରି ଯୁବକମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲା। ଅନ୍ୟ ଜଣେ ରାସ୍ତାରେ ଛିଡ଼ା ହୋଇଥିବା ଗୋଟିଏ କାର୍ ଭିତରେ ଲୁଚି ରହିଥିଲା। ଦୁଇ ଜଣଙ୍କୁ ସ୍ଥାନୀୟ ଲୋକ କାବୁ କରି ନିର୍ଧୂମ ଛେଚିଥିଲେ। ପରେ ପୁଲିସକୁ ସୂଚନା ଦେଇଥିଲେ। ଯୁବକମାନେ ସମ୍ବଲପୁରର ଦଳେଇପଡ଼ା ଓ ମାୟାବଗିଚାର ହୋଇଥିବା କୁହାଯାଉଛି। ଯୁବକମାନଙ୍କୁ ଗୌଡ଼ପାଲି ଫାଣ୍ଡିରେ ଅଟକ ରଖି ପଚରାଉଚରା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/e254d6b7-0358-41c3-844b-7c83bc33a765.jpg)