ଥାନାରୁ ଚମ୍ପଟ ମାରିଲା ହାଇୱା ଲୁ‌େଟରା

ଯୋଡ଼ା : ହାଇୱା ଲୁଟ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମଟୁ ମାଝୀ ଯୋଡ଼ା ଥାନାରୁ ଚମ୍ପଟ୍‌ ମାରିଛି। ଲୁଟେରାଙ୍କୁ ଧରିବାରେ ଓଡ଼ିଶା ପୁଲିିସ ବିଫଳ ହୋଇଥିଲା। ଝାଡ଼ଖଣ୍ଡ ପୁଲିସ ସମ୍ପୃକ୍ତ ଲୁଟେରାଙ୍କୁ ଧରି ଯୋଡ଼ା ପୁଲିସ ଜିମା ଦେଇଥିଲା। ହେଲେ ଏବେ ଲୁଟ୍‌ର ମାଷ୍ଟରମାଇଣ୍ଡ ପୁଲିସ କବ୍‌ଜାରୁ ଖସିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ୧ ତାରିଖ ବିଳମ୍ବିତ ରାତିରେ ଦେଓଝର ରେଲୱେ ସାଇଡି˚ ନିକଟ ରାସ୍ତାରୁ ଏକ ହାଇୱାକୁ (ଓଡି-୦୯ସି-୬୪୪୧) ୫ ଜଣ ଦୁର୍ବୃତ୍ତ ଲୁଟି ନେଇଥିଲେ। ଏ ନେଇ ହାଇୱା ମାଲିକ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରି ଲୁଟ୍‌ ହାଇୱାକୁ ଝାଡ଼ଖଣ୍ତରୁ ଉଦ୍ଧାର କରିଥିଲା। ଏହି ଘଟଣା‌େର ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହେଲେ ଘଟଣାର ମାଷ୍ଟରମାଇଣ୍ଡ ମଟୁକୁ ପୁଲିସ ପାଇନଥିଲା। ଗତ ୩ ତାରିଖ ଅପରାହ୍‌ଣ ୪ଟାବେଳେ ଝାଡ଼ଖଣ୍ଡ ପୁଲିସ ନୂଆମୁଣ୍ଡି ବଜାରରୁ ତାକୁ ଗିରଫ କରିଥିଲା। ପୂର୍ବରୁ ଅନେକ ଥର ସେ ଥାନାରୁ ଖସିଯିବାର ନଜିର ବି ରହିଛି। ଖାସ୍ ଏଥିପାଇଁ ଝାଡ଼ଖଣ୍ଡ ପୁଲିସ ତା ହାତରେ ହ୍ୟାଣ୍ଡକପ୍‌ ପକାଇ ରଶି ବାନ୍ଧି ଓଡ଼ିଶା ପୁଲିସକୁ ହସ୍ତାନ୍ତର କରିିଥିଲା। ଯୋଡ଼ା ଥାନା ହାଜତରେ ମଧ୍ୟ ତାକୁ ବାନ୍ଧି ରଖାଯାଇଥିଲା। ପଚରା ଉଚରା ପାଇଁ ମଟୁକୁ ବାହାରକୁ ଅଣାଯାଇଥିବା ବେଳେ ସେ ପାଣି ପିଇବା ବାହାନାରେ ଚମ୍ପଟ ମାରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର