ସଂରକ୍ଷିତ ଜଙ୍ଗଲରୁ ହାଇୱା ଜବତ, ଜଣେ ଗିରଫ

କେନ୍ଦୁଝର : ବଡ଼ବିଲ ରେଞ୍ଜ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ବର୍ଜ୍ୟବସ୍ତୁ ପକାଇବାବେଳେ ବଡ଼ବିଲ ରେଞ୍ଜ ପକ୍ଷରୁ ଚଢ଼ଉ କରାଯାଇ ଏକ ହାଇୱା (ଓଡି-୦୯-ସି-୭୫୯୫) ଜବତ କରାଯିବା ସହ ଡ୍ରାଇଭର ରାଜେଶ ନାଗକୁ ଗିରଫ କରାଯାଇଛି। ଚଢ଼ଉରେ ବଡ଼ବିଲ ରେଞ୍ଜର ସୁରଜିତ ସାହୁ, ଫରେଷ୍ଟର ଦାଶରଥି ଗିରି, ଫରେଷ୍ଟ ଗାର୍ଡ ଦୀପକ କୁମାର ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।

ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ କମ୍ପାନିର ବର୍ଜ୍ୟବସ୍ତୁ ପକାଯିବା ନେଇ ବନ ବିଭାଗ ନଜରକୁ ଆସିବା ପରେ କେନ୍ଦୁଝର ଡିଏଫ୍‌ଓ ସ୍ୱୟମ ମଲ୍ଲିକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବନ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଖଣି ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ୩ ବିଭାଗର ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ଗତକାଲି ଏସିଏଫ୍ ଅଜୟ କୁମାର ସାହୁ, ଘନଶ୍ୟାମ ମହାନ୍ତ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ପରିବେଶ ଯନ୍ତ୍ରୀ ଇଂ ଦେବଦତ୍ତ ମହାନ୍ତି, ଯୋଡ଼ା ଜେଡିଏମ୍ କାର୍ଯ୍ୟାଳୟର ମାଇନିଂ ଅଫିସର ବିଶ୍ୱରଞ୍ଜନ ମହାନ୍ତି, ଜୁନିୟର ମାଇନିଂ ଅଫିସର ସୈାମେନ୍ଦ୍ର ରାଉତ ଏବଂ ପୁଲିସ ଉପସ୍ଥିତିରେ ଜଙ୍ଗଲରେ ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର