ରାଉରକେଲା : ରାଜ୍ୟର ଶିଳ୍ପ ସଂସ୍ଥାଙ୍କ ପାଇଁ ଦୁଃସମ୍ବାଦ। ଆଗାମୀ ଦିନରେ ଓଡ଼ିଶାରେ ବିଦ୍ୟୁତ ଶୁଳ୍କ ବଢ଼ିବ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି)ର ସଦ୍ୟ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି। ଯଦି ଏହା ହୁଏ, ତେବେ ଓଡ଼ିଶାରେ ପୁଞ୍ଜି ନିବେଶ ଧାରା ପ୍ରଭାବିତ ହେବ ବୋଲି ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ପ୍ରକାଶିତ ଏଡ଼ିବି ରିପୋର୍ଟରେ କୁହାଯାଇଥିଲା ଯେ ଦେଶର ଅନ୍ୟାନ୍ୟ ବିକାଶମୁଖୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଶିଳ୍ପାୟନ ପାଇଁ ଆବଶ୍ୟକ ପ୍ରମୁଖ ଉପାଦାନ ଯଥା: ମଜୁରି, ବିଦ୍ୟୁତ, ଜମି ଇତ୍ୟାଦି ତୁଳନାତ୍ମକ ଭାବେ ଶସ୍ତା। ତେଣୁ ନିବେଶକାରୀଙ୍କ ପାଇଁ ଓଡ଼ିଶା ଆକର୍ଷଣର କେନ୍ଦ୍ର ବିନ୍ଦୁ। ସେହି ରିପୋର୍ଟରେ ପ୍ରକାଶିତ ତୁଳନାତ୍ମକ ଚିତ୍ର ଅନୁଯାୟୀ ଓଡ଼ିଶାରେ ଶିଳ୍ପ ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ହାରାହାରି ୪ଟଙ୍କା ୨୦ ପଇସା ଥିବା ବେଳେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ତାହା ୫ ଟଙ୍କା ୭୦ ପଇସା। ବିକାଶମୁଖୀ ମହାରାଷ୍ଟ୍ର ଓ ତାମିଲ୍ନାଡ଼ୁରେ ଶିଳ୍ପ ବିଦ୍ୟୁତ ଦେୟ ଯଥାକ୍ରମେ ୭ ଟଙ୍କା ୨୦ ପଇସା ଓ ୬ ଟଙ୍କା ୩୫ ପଇସା ଥିବା ବେଳେ ପଶ୍ଚିମ ବଙ୍ଗ ଓ ଗୁଜରାଟରେ ତାହା ଯଥାକ୍ରମେ ୬ ଟଙ୍କା ୬୦ ପଇସା ଓ ୫ ଟଙ୍କା ବୋଲି ଦର୍ଶାଯାଇଥିଲା। ଏହାର ମାସେ ନଯାଉଣୁ ଓଡ଼ିଶାରେ ଶିଳ୍ପ ବିଦ୍ୟୁତ ଶୁଳ୍କ ଆଗାମୀ ଦିନରେ ବଢ଼ିବ ବୋଲି ଏଡ଼ିବିର ସଦ୍ୟ ରିପୋର୍ଟରେ ଯୁକ୍ତି ଦର୍ଶାଇଛି।
ଶିଳ୍ପ ବିଦ୍ୟୁତ ଶୁଳ୍କ ବଢ଼ିବ : ପୁଞ୍ଜି ଆକର୍ଷଣ ପ୍ରଭାବିତ ହେବା ଆଶଙ୍କା
/sambad/media/post_attachments/wp-content/uploads/2018/04/ele-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)