ହିମାଂଶୁ ଏବେ ବି ମୃତ୍ୟୁଞ୍ଜୟୀ ହୋଇ ରହିଛନ୍ତି

ସ୍ବର୍ଗତ ହିମାଂଶୁ ଦାସଙ୍କ ପୁଣ୍ୟତିଥିରେ ସ୍ମୃତିସଭା

ବାଲେଶ୍ବର: ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିତ୍ବ ସ୍ବର୍ଗତ ହିମାଂଶୁ ଦାସ ଅସମୟରେ ଇହଜଗତରୁ ବିଦାୟ ନେଇଥିଲେ ବି ସେ ମୃତ୍ୟୁଞ୍ଜୟୀ ହୋଇଛନ୍ତି। ବାଲେଶ୍ବର ଶିଳ୍ପ ଜଗତର ମୁଖ୍ୟ ପୁରୋଧା ସାଜି ଓଡ଼ିଶାର ଶିଳ୍ପ ଜଗତ ପାଇଁ ସେ ଉଦାହରଣ ସାଜିଛନ୍ତି। ନିଜ ପ୍ରଚେଷ୍ଟାରେ ବହୁ ଶିଳ୍ପାନୁଷ୍ଠାନ ଗଢ଼ିବା ଏବଂ ସୁପରିଚାଳନା ଦ୍ବାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃ‌ଷ୍ଟି କରିଛନ୍ତି। ବାଲ୍ୟକାଳରେ ଦାରିଦ୍ର୍ୟରେ ଜୀବନ ବିତେଇଥିବା ହିମାଂଶୁବାବୁଙ୍କ ଦୃଢ଼ ମନୋବଳ, କଠିନ ପରିଶ୍ରମ, ବିଚକ୍ଷଣ ବୁଦ୍ଧି ଯୋଗୁ ସଫଳତାରେ ଶିଖର ଛୁଇଁ ପାରିଥିଲେ ବୋଲି ଆଜି ତାଙ୍କ ପ୍ରଥମ ପୁଣ୍ୟତିଥିରେ ଯୋଗଦେଇଥିବା ବ୍ୟକ୍ତିମାନେ ସ୍ମୃତିଚାରଣ କରିଥିଲେ।

ସ୍ବର୍ଗତ ହିମାଂଶୁ ଦାସଙ୍କ ଓଟି ରୋଡସ୍ଥିତ ବାସଭବନରେ ଆଜି ତାଙ୍କ ପ୍ରଥମ ପୁଣ୍ୟତିଥିରେ କର୍ଣ୍ଣେଲ ଶରତ ମହପାତ୍ରଙ୍କ ପୌରୋହିତ୍ୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୋଗରାଇ ବିଧାୟକ ଅନନ୍ତ ଦାସ, ସଦର ବିଧାୟକ ସ୍ବରୂପ କୁମାର ଦାସ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, କବି ପ୍ରଶାନ୍ତ ଦାସ, ଫକୀର‌ମୋହନ କଲେଜ ଆଲୁମ୍‌ନିର ସଭାପତି ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀ, ପୂର୍ବତନ ବିଧାୟକ ଗୋପନାରାୟଣ ଦାସ, ଜୀବନପ୍ରଦୀପ ଦାଶ, ସୁଦର୍ଶନ ଜେନା, ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର, ସମାଜସେବୀ ସୁବାସିନୀ ଜେନା, ଡକ୍ଟର ପ୍ରହ୍ଲାଦ ମହାନ୍ତି, ପୂର୍ବତନ ‌ଜିଲ୍ଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାଶ, ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ବିବେକ ବାଜପେୟୀ, ପିପି ମୋରେ, ନନ୍ଦକିଶୋର ସ୍ବରାଗୀ, ଇଂ ସୁରେନ୍ଦ୍ର ଦାସ, ମଦନ ସ୍ବରାଗୀ, ବରିଷ୍ଠ ସାମ୍ବାଦିକ ବିପ୍ଳବ ମହାନ୍ତି, ଶିବଦାସ କୁଣ୍ଡୁ, ‌ସାମ୍ବାଦିକ ରଂଜନ ବାଗ, ଦେବବ୍ରତ ପାଣିଗ୍ରାହୀ, ରବି ରାଉତ, ସଂଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକ, ଲୀନା ପାଣିଗ୍ରା‌ହୀ, ଅନସୂୟା‌ ନାୟକ, ଯୁବନେତା ବିକ୍ରମ ପଣ୍ଡା, ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ଯଶୋଦାନନ୍ଦନ ଆଶ୍‌, ନନ୍ଦକିଶୋର ସ୍ବରାଗୀ, ସତ୍ୟନାରାୟଣ ନନ୍ଦ, କଂଗ୍ରେସର ଜିଲ୍ଲା ସଭାପତି ସଂଜୀବ ଗିରି, ଡ. ସୁବାସ ପାତ୍ର, ସୁବ୍ରତ ନାୟକ, ଧରଣୀଧର ମିଶ୍ର, ଦୀପକ ଦାସ, ବିଷ୍ଣୁପ୍ରସାଦ ମହାନ୍ତି, ନିକୁଞ୍ଜ ବିହାରୀ ଦାସ, ସୌରଭ ବେହେରା, ଅମର ସିଂ ଆଲୁୱାଲିଆ‌, ଓୟେନ ସେନ୍‌, ସିପେଟର ବାଲେଶ୍ବର ମୁଖ୍ୟ କେ. କେ ମହାପାତ୍ର, ଭାବଗ୍ରାହୀ ମହାନ୍ତି, ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ଏସ୍‌କେ ନାୟକ, ଭୁବନେଶ୍ବର ସିପେଟ୍‌ ମୁଖ୍ୟ ନିର୍ଦ୍ଦେଶକ ପିକେ ସାହୁ, ଭରତ ସ୍ବାଇଁ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ହିମାଂଶୁ ଦାସଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ସ୍ବର୍ଗତ ଦାସଙ୍କ ଜୀବନୀ ସଂପର୍କିତ ପୁସ୍ତକ ‘ହିରଣ୍ୟ ହିମାଂଶୁ’ ଉନ୍ମୋଚିତ ହୋଇଥିଲା।

ସ୍ବର୍ଗତ ଦାସଙ୍କ ଦୁଇପୁଅ ସଂଜୟ, ସଂଗ୍ରାମ, ପୁତ୍ରବଧୂ ମମତା, ଅଲିଭା, ନାତି ସମ୍ପଦ, ସମର୍ଥ ନାତୁଣୀ ସଂପ୍ରିତା, ସମ୍ପ୍ରିତା, ପୁତୁରା ସଂଜୀବ ଓ ରାଧାନାଥ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ବର୍ଗତ ଦାସଙ୍କ ପତ୍ନୀ ଚିନ୍ମୟୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର