କଟକ: କିଛିଦିନର ବ୍ୟବଧାନ ପରେ ଏସସିବି ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲର ପ୍ରଶସ୍ତିକରଣ ଏବଂ ସୌଦର୍ଯ୍ୟକରଣ କାମ ପାଇଁ ଆଜିଠାରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ରାଣୀହାଟ ସ୍ଥିତ ଥିବା ପୁରାତନ ହିନ୍ଦ୍ ସିନେମା ହଲ୍ ସମେତ ବହୁ ଦୋକାନ ଘରକୁ ମଧ୍ୟ ଉଛେଦ କରାଯାଇ ଏସସିବିକୁ ସିଧାସଳଖ ବାଟ ଫିଟା ଯିବ।

Advertisment

ଉଚ୍ଛେଦ ପୂର୍ବରୁ ସମସ୍ତଙ୍କୁ ଆର୍ଥିକ ସହାୟତା ବା ପ୍ୟାକେଜ ଦିଆଯିବା ପରେ ପ୍ରଶାସନ ଏହି ଅଞ୍ଚଳକୁ ନିଜ ଦଖଲକୁ ନେଇଛି। ଉଛେଦ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ, ସିଏମସି ଓ ସିଡିଏ କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି। ଏଠାରେ ଦୁଇ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି।