ଭୁବନେଶ୍ୱର : ପ୍ରବୀଣ ଭାଇ ତୋଗାଡ଼ିଆଙ୍କ ହିନ୍ଦୁସ୍ତାନ ନିର୍ମାଣ ଦଳ ୨୭ ଆସନରେ ପ୍ରାର୍ଥୀ ଦେବ। ପ୍ରାଥମିକ ପର୍ଯ୍ୟାୟରେ ୫ ଏମ୍ପି ଆସନ ଓ ୨୨ ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆସ୍କାରେ ଈଶ୍ବରସେଟି ଜୟଗୋପାଳ ପାତ୍ର, କଳାହାଣ୍ଡିରେ ରାଜୁ ବାରିକ, କନ୍ଧମାଳରେ ବ୍ରହ୍ମଚାରୀ ମାଧବ ଚୈତନ୍ୟ, ନବରଙ୍ଗପୁରରେ ଲଳିତ ମାଡ଼କାମୀ ଓ ସୁନ୍ଦରଗଡ଼ରେ ଦୟାନନ୍ଦ ଭିତିରିଆ ଏମ୍ପି ଆସନରେ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ବାଲିଗୁଡ଼ାରେ ସୁଷମା କହଁର, କଣ୍ଟାମାଳରେ ମନରଞ୍ଜନ କହଁର, ଫୁଲବାଣୀରେ ରଘୁପତି କହଁର, ଜି. ଉଦୟଗିରିରେ ବିରଜ କହଁର, ଦେବଗଡ଼ରେ ସତ୍ୟବ୍ରତ ପାଣିଗ୍ରାହୀ, କୁଚିଣ୍ଡାରେ ପଦ୍ମିନୀ ଭୋଇ, ରାଉରକେଲାରେ ଧୀରେନ ନାୟକ, ବଣେଇରେ ଡେଙ୍ଗୁରା ଓରାମ୍, ଚିଲିକାରେ ସୁବ୍ରତ ହାବୁଡ଼ାସିଂହ, ଖଲିକୋଟରେ ମିନତି ଟହଲ, ସୋରଡ଼ାରେ ଜିତେନ୍ଦ୍ର ଚୌଧୁରୀ, ଭବାନୀପାଟଣାରେ ଆଶିଷ ବାରିକ, କୋଟପାଡ଼ରେ ଘନ ସାମର୍ଥ, ନବରଙ୍ଗପୁରରେ ରିତେଶ ପୂଜାରୀ, ମାଲକାନାଗିରିରେ ବିଜୟ ନାୟକ, କଟକ ଚୌଦ୍ବାରରେ ବିଶ୍ବରଞ୍ଜନ ଜେଠୀ, ମାହାଙ୍ଗାରେ ଅନୀଲ ସାମଲ, ଆସିକାରେ ରାଘବାନନ୍ଦ ଦାସ, ଝାରସୁଗୁଡ଼ାରେ ମନୀଷ ଶର୍ମା, ଧର୍ମଗଡ଼ରେ ଘାସିରାମ ନିଆଲ, କବିସୂର୍ଯ୍ୟ ନଗରରେ ସୁନୀଲ ସାହୁ, ସୁନ୍ଦରଗଡ଼ରେ ହଳଧର ନାୟକ ପ୍ରମୁଖ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି। ଏ ନେଇ ଆଜି ଗୌରୀ କମ୍ପ୍ଲେକ୍ସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବିଶ୍ବରଞ୍ଜନ ଜେଠୀ, ରାଜ୍ୟ ସାଧାରଣ ସମ୍ପାଦକ ଦୀପକ ମହନ୍ତ, ରାଜ୍ୟ ସମ୍ପାଦିକା ଲକ୍ଷ୍ମୀ ଶର୍ମା ପ୍ରକାଶ କରିଛନ୍ତି।
୫ ସାଂସଦ, ୨୨ ବିଧାୟକ ଆସନ ପାଇଁ ହିନ୍ଦୁସ୍ତାନ ନିର୍ମାଣ ଦଳ ପ୍ରାର୍ଥୀ ଘୋଷଣା
/sambad/media/post_attachments/wp-content/uploads/2019/03/hindu-fi.jpg)