ମା’ ହିଙ୍ଗୁଳାଙ୍କ ମେଳାରୁ ମିଳିଲା ୬ ଲକ୍ଷ ୯୪ ହଜାର ଦାନ ଅର୍ଥ

ବଡ଼ସାହି: ପ୍ରତ୍ୟେକ ବର୍ଷ ଭଳି ଉତ୍ତର ଓଡ଼ିଶା ବଡ଼ସାହିରେ ପ୍ରତ୍ୟକ୍ଷ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ବଡ଼ପୂଜା ଗତକାଲି ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ ସହ ନିର୍ବାଚନ ଯୋଗୁ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଲାଗୁ ହୋଇଥିଲା। ଏହା ସତ୍ତ୍ୱେ ମା’ଙ୍କ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଅଧିକ ପୁଲିସ ନ ଥିବାରୁ ହିଙ୍ଗୁଳା ଟ୍ରଷ୍ଟର ସଦସ୍ୟ, ସ୍ବେଚ୍ଛାସେବୀ ଓ ଏନ୍‌ସିସି ପିଲାମାନେ ଶାନ୍ତିଶୃଙ୍ଖଳା ରକ୍ଷାରେ ସହଯୋଗ କରିଥିଲେ।

ମା’ଙ୍କ ଦାନ ଅର୍ଥ ସହ ଭେଟି ଅର୍ଥ ମିଶି ମୋଟ ୬ ଲକ୍ଷ ୯୪ ହଜାର ୮୨୮ ଟଙ୍କା ମିଳିଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କର ସହଯୋଗରେ ବଡ଼ପୂଜା ହୋଇପାରିଥିବାରୁ ଏବଂ ଗତବର୍ଷ ତୁଳନାରେ ଅଧିକ ଦାନରାଶି ମିଳିଥିବାରୁ ମୁଖ୍ୟ ଟ୍ରଷ୍ଟି ସୁନୀଲ କୁମାର ଦାଶ ଭକ୍ତ, ସ୍ବେଚ୍ଛାସେବୀ ଓ ଜନସାଧାରଣଙ୍କୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର