କରୋନା ସତର୍କତା: ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ବିଦେଶୀ ପର୍ଯ୍ୟଟକ, ଦୂରତା ବଜାୟ ରଖିଲେ ସହଯାତ୍ରୀ

ସମଲେଶ୍ବରୀ ଏକ୍ସପ୍ରେସରୁ ଅସୁସ୍ଥ ଯାତ୍ରୀଙ୍କୁ ଡାକ୍ତରଖାନା ପଠାଇଲେ ସହଯାତ୍ରୀ

ଜୟପୁର: କରୋନାଭାଇରସ୍‌ ସଂକ୍ରମଣରୁ ଦୂରରେ ରହିବା ଲାଗି ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଛି । ସବୁ ସ୍ଥାନରେ କରୋନାଭାଇରସ୍‌ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକମାନଙ୍କୁ ଅନାବଶ୍ୟକ ଯାତ୍ରା ଲାଗି ବାରଣ କରାଯାଉଛି, ବିଦେଶୀ ପର୍ଯ୍ୟଟକଙ୍କୁ ସ୍କାନିଂ କରାଯାଇ ପ୍ରବେଶ କରାଯାଉଛି। ଏଥିସହିତ ବିଦେଶ ଫେରାନ୍ତାଙ୍କୁ କୋଭିଡି-୧୯ େଓ୍ଵବସାଇଟ୍‌ରେ ପଞ୍ଜିକରଣ କରିବାକୁ କୁହାଯାଉଛି। ଏପରି ପରିସ୍ଥିତିରେ ହୀରଖଣ୍ଡ ଏକ୍ସପ୍ରେସ୍‌ରେ ଜଣେ ବିଦେଶୀ ଯାତ୍ରୀଙ୍କୁ ଦେଖି ଟ୍ରେନ୍‌ରେ ଥିବା ଦେଖି ସହଯାତ୍ରୀମାନେ ଦୂରତା ବଜାୟ ରଖିବା ଦେଖିବାକୁ ମିଳିଥିଲା।

ସେହିପରି ସମ୍ବଲପୁର ଜଙ୍କସନରେ ସହଯାତ୍ରୀଙ୍କ ଅଭିଯୋଗ କ୍ରମେ ଜଣେ ଯାତ୍ରୀଙ୍କୁ ହାଓଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସରୁ ଓହ୍ଲାଇ ଦିଆଯିବ ସହିତ ଆମ୍ବୁଲାନ୍ସରେ ଚିକିତ୍ସା ଲାଗି ଡାକ୍ତରଖାନା ପଠାଯାଇଛି। ଉକ୍ତ ଯାତ୍ରୀ ଜଣକ ଅସୁସ୍ଥ ଥିବା ଓ କାଶୁ ଥିବାରୁ ସହଯାତ୍ରୀ ଷ୍ଟେସନ୍‌ ଅଧିକାରୀଙ୍କୁ ଜଣାଇଥିଲେ।

ସୂଚନାଯୋଗ୍ୟ, ଫ୍ରାନ୍ସରୁ ଆସିଥିବା ଜଣେ ବିଦେଶୀ ଯାତ୍ରୀ ଜଣକ ପୁରୀ ବୁଲିବା ପାଇଁ ଆସିଥିଲେ। କିନ୍ତୁ ତାଙ୍କୁ ସେଠାରେ ବାରଣ କରାଯାଇଥିଲା। ଏହାପରେ ସେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ କୋରାପୁଟ ଯିବା ପାଇଁ ପୁରୀରୁ ଏକ ଗାଡ଼ି କରି ସେ ଭୁବନେଶ୍ୱର ପହଞ୍ଚିଥିଲେ। କିନ୍ତୁ ଭୁବନେଶ୍ୱରରେ ତାଙ୍କୁ ଟ୍ରେନ୍‌ରେ ଚଢ଼ିବାକୁ ଅନୁମତି ଦିଆଯାଇ ନ ଥିଲା। ନିରାଶ ହୋଇ ବିଦେଶୀ ଯାତ୍ରୀ ଜଣକ ଭୁବନେଶ୍ୱର ଷ୍ଟେସନ୍‌ରୁ ପୁଣି ଏକ ଗାଡ଼ି କରି ନିରାକାରପୁରରେ ପହଞ୍ଚିଥିଲେ। ସେଠାରୁ ସେ ହୀରାଖଣ୍ଡ ଏକ୍ସପ୍ରେସ୍‌ର ଏସ୍‌-୬ କୋଚର ସିଟ୍‌ ନମ୍ବର ୩୯ରେ ବସି ଯାତ୍ରା ଆରମ୍ଭ କରିଥିଲେ।

ତେବେ ଏସ୍‌-୬ ବଗିରେ  ଟିକେଟ କାଟି ଥିବା ଅନ୍ୟ ଯାତ୍ରୀ ୩୯ନମ୍ବର ସିଟ୍‌ରେ ଉକ୍ତ ବିଦେଶୀ ଯାତ୍ରୀଙ୍କୁ ଦେଖି ଭୟଭୀତ ହୋଇ ଏସଂକ୍ରାନ୍ତରେ ଟିଟିଙ୍କୁ ଜଣାଇଥିଲେ। ଟିଟି ଯାତ୍ରୀଙ୍କ ସମସ୍ୟା ବୁଝି ପାରି ଉକ୍ତ ଯାତ୍ରୀଙ୍କ ସ୍ଥାନ ପରିବର୍ତ୍ତନ କରି ଏସ୍‌-୨ ବଗିରେ ସିଟ୍‌ ଦେଇଥିଲେ।

ଟ୍ରେନ୍‌ରୁ ଉକ୍ତ ଫ୍ରାନ୍ସ ଯାତ୍ରୀ କୋରାପୁଟ ଷ୍ଟେସନ୍‌ରେ ପହଞ୍ଚିବା ପରେ ତାଙ୍କର ପ୍ରତିକ୍ରିୟା ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର