ଜୟପୁର: ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ଇଷ୍ଟ କୋଷ୍ଟ ରେଳୱେ ସମ୍ବଲପୁର ଓ ୱାଲଟିୟର ଡିଭିଜନ ସହ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଅଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଣୁ ସେ ବିଭିନ୍ନ ବର୍ଗର ଲୋକଙ୍କର ମତାମତ ଓ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ। ଜୟପୁର ରେଳଷ୍ଟେସନରେ ଗତ କିଛି ଦିନ ହେବ ବିଭିନ୍ନ ଟ୍ରେନ ଗୁଡିକ ଜୟପୁରରୁ ଛାଡ଼ିବା ସମୟରେ ପ୍ଲାଟଫର୍ମ ନଂ ୨ରୁ ଛାଡୁଛନ୍ତି। ବହୁ ବୟସ୍କ ଲୋକେ, ଭିନ୍ନକ୍ଷମ, ରୋଗୀ ଆଦି ଯିବା ଆସିବା କରିବାରେ ମୁସ୍କିଲ ହେଉଛି। ଏଠାରେ ଥିବା ଫୁଟ ଓଭରବ୍ରିଜରେ ରେମ୍ପ ନାହିଁ। ତେଣୁ ସବୁ ଟ୍ରେନର ରହଣୀ ୧ନଂ ପ୍ଲାଟଫର୍ମରେ କରାଯାଉ ନଚେତ ୨ନଂ ପ୍ଲାଟଫର୍ମରେ ସବୁ ରକମର ଅନୁସଙ୍ଗୀକ ଭିତ୍ତିଭୂମିକୁ ସଜାଡ଼ାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ସେଭଳି ହୀରାଖଣ୍ଡ ଏକ୍ସପ୍ରେସର ନାଁକୁ ଶାବରୀ ମାଝୀଗୌରୀ ଏକ୍ସପ୍ରେସ ନାଁରେ ନାମିତ କରାଯାଉ ବୋଲି ବି କିଛି ବୁଦ୍ଧିଜୀବୀ ଦାବି କରିବା ସହ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଇବାକୁ ସାଂସଦଙ୍କୁ ଅନୁରୋଧ କରିଛନ୍ତି।
ହୀରାଖଣ୍ଡ ଏକ୍ସପ୍ରେସର ନାମକରଣ ପରିବର୍ତ୍ତନ ପାଇଁ ସାଂସଦଙ୍କୁ ପ୍ରସ୍ତାବ
/sambad/media/post_attachments/wp-content/uploads/2022/10/hirakhand.jpg)