ହୀରାଖଣ୍ଡ ଟ୍ରେନ ପୁନଃ ଚଳାଚଳ ଲାଗି ପୂର୍ବତଟ ରେଳବାଇକୁ ଚିଠି ଲେଖିଲେ ବିଧାୟକ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲା ଦେଇ ରାଜ୍ୟର ରାଜଧାନୀ ଭୁବନେଶ୍ବରକୁ ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଚଳାଚଳ ବନ୍ଦ  ରହିଛି। କୋଭିଡ୍ ସ୍ଥିତି ସଂପ୍ରତି ସ୍ବାଭାବିକ ହୋଇଯାଇଥିବାରୁ ଏବେ ଏହି ଲାଇଫଲାଇନ୍ ଟ୍ରେନକୁ ପୁନଃ ଚଳାଚଳ ପାଇଁ ରେଲବାଇକୁ ଅନୁରୋଧ କରି ଚିଠି ଲେଖିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ସେ ଭୁବନେଶ୍ବର ପୂର୍ବତଟ ରେଳବାଇର ପ୍ରମୁଖ ପରିଚାଳନା ପ୍ରବନ୍ଧକଙ୍କୁ ଏହି ଚିଠି ଲେଖିଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ଏହି ଟ୍ରେନ ଉପରେ ନିର୍ଭରଶୀଳ । ଏପରିକି ବହୁ ଗରିବ, ଖଟିଖିଆ ଲୋକଙ୍କର ଜୀବନଜୀବିକା ସହ  ଏହି ଟ୍ରେନଟି ସଂପୁର୍ଣ୍ଣ ଜଡ଼ିତ। ଛୋଟ ବଡ଼ ବ୍ୟବସାୟୀ, ବହୁ ବୟସ୍କ ବ୍ୟକ୍ତି, ମହିଳା ଆଦି ଟ୍ରେନରେ ଯିବା ଆସିବା କରିବାକୁ ସୁରକ୍ଷିତ ମଣୁଛନ୍ତି। ବସରେ ଯିବାକୁ ଭୟ କରୁଛନ୍ତି। କୋଭିଡ୍ ପରିସ୍ଥିତି ସ୍ବାଭାବିକ ହୋଇଥିବାରୁ ଏବେ ଏହି ଟ୍ରେନ ଚଳାଚଳ କରାଯାଉ ବୋଲି ବିଧାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର