ହୀରାକୁଦ: ୭ ଗେଟ୍‌ ଖୋଲା

ସମ୍ବଲପୁର: ଜଳସ୍ତର ୬୨୫ ଫୁଟ୍‌ ତଳକୁ ରଖିବା ପାଇଁ ମଙ୍ଗଳବାର ଅପରାହ୍‌ଣରେ ହୀରାକୁଦ ବନ୍ଧର ୩ଟି ଗେଟ୍‌ ବନ୍ଦ କରାଯାଇଛି। ଆଉ ୭ଟି ଗେଟ୍‌ ଖୋଲା ରହିଛି। ମଙ୍ଗଳବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ସ୍ତର ୬୨୪.୩୫ ଫୁଟ୍‌ ଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୧,୧୫, ୫୭୬ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧, ୨୬, ୬୧୯ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଉପର ମୁଣ୍ଡରେ ୪.୧୩ ମିଲିମିଟର ଓ ତଳ ମୁଣ୍ଡରେ ୪.୫୬ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର